Latest Odisha News

BREAKING NEWS

ଆସନ୍ତାକାଲିଠୁ ଖୋଲିବ ସ୍କୁଲ, କ୍ଲାସରେ ପାଠପଢ଼ିବେ ଅଷ୍ଟମରୁ ଦ୍ବାଦଶ ପିଲା

ଭୁବନେଶ୍ବର : ଆସନ୍ତାକାଲିଠୁ ପୁଣି ସ୍କୁଲରେ ବାଜିବ ଘଣ୍ଟା । କମ୍ପିବ କ୍ଲାସ ରୁମ୍, ଚାଲିବ ପାଠପଢ଼ା । କାଲିଠୁ ଅଷ୍ଟମରୁ ଦ୍ବାଦଶ ପିଲାଙ୍କର ହେବ କ୍ଲାସରୁମରେ ପାଠପଢ଼ା । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜ୍ ପର୍ଯ୍ୟନ୍ତ ସବୁକିଛି ବ୍ୟବସ୍ଥା ହୋଇଛି । ଅଫଲାଇନ୍ ପାଠପଢା ସହ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଗଣ ଶିକ୍ଷା ବିଭାଗ ।

ମହାମାରୀ କରୋନାର ତୃତୀୟ ଲହର ପାଇଁ ବନ୍ଦ ଥିଲା ପିଲାଙ୍କ ପାଠପଢ଼ା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତାକାଲି ଠାରୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ଆରମ୍ଭ ହେବ ପାଠପଢ଼ା । ସେହିଭଳି ୧୪ ତାରିଖରୁ କେଜିରୁ ନେଇ ସପ୍ତମ ଶ୍ରେଣୀ ଯାଏଁ କ୍ଲାସ୍ ଖୋଲିବ । ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସହ ଶ୍ରେଣୀଗୃହକୁ ସାନିଟାଇଜ୍ କରାଯାଇଛି । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ, ତାଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

Comments are closed, but trackbacks and pingbacks are open.