Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଭ୍ୟାଲେଣ୍ଟାଇନ୍ ସପ୍ତାହ: ରୋଜ୍ ଡେ’ରୁ କିସ୍ ଡେ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ସପ୍ତାହ । ଭ୍ୟାଲେଣ୍ଟାଇନ୍ ଡେ’ ପାଶ୍ଚାତ୍ୟ ଦେଶ ଆମେରିକାରୁ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ଡେ’କୁ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କଲେ । ଆମରାଜ୍ୟରେ ମଧ୍ୟ ପ୍ରେମୀଯୁଗଳ ଏହି ପ୍ରେମ ସପ୍ତାହକୁ ପ୍ରେମ ଦିବସ ଭାବେ ପାଳନ କରନ୍ତି । ହେଲେ ଏହା ପୂର୍ବରୁ ପ୍ରେମୀକ/ପ୍ରେମିକାମାନେ ଭ୍ୟାଲେଣ୍ଟାଇନ୍ ସପ୍ତାହ ପାଳନ କରିଥାନ୍ତି । ଭ୍ୟାଲେଣ୍ଟାଇନ୍ ଡେ’ ପ୍ରେବୃଆରୀ ୧୪ ତାରିଖରେ ପାଳନ କରାଯାଏ ହେଲେ ଫେବ୍ରୁଆରୀ ୭ ତାରିଖରୁ ଏହି ସପ୍ତାହ ଆରମ୍ଭ ହୋଇଥାଏ ।

ଭ୍ୟାଲେଣ୍ଟାଇନ୍ ଡେ’ର ପ୍ରଥମ ଦିନକୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖକୁ ରୋଜ ଡେ’ ବୋଲି କୁହାଯାଏ । ଏହି ଦିନ ପ୍ରେମିକ/ପ୍ରେମିକାଙ୍କୁ ନିଜର ହୃଦୟର କଥା କହି ଲାଲ୍ ଗୋଲାପ ଦେଇଥାନ୍ତି । ରୋଜ୍ ଡେ’ ପରେ ଅର୍ଥାତ ଫେବ୍ରୁଆରୀ ୮ ତାରିଖ ପ୍ରପୋଜ ଡେ’ । ଏହି ଦିନ କ୍ରସଙ୍କୁ ପ୍ରପୋଜ କରାଯାଏ । ଏହି ଦିନ ନିଜ ନିଜ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରାଯାଏ । ଫେବ୍ରୁଆରୀ ୯ ତାରିଖ ଅର୍ଥାତ ଭ୍ୟାଲେଣ୍ଟାଇନ୍ ସପ୍ତାହର ତୃତୀୟ ଦିନକୁ ଚକଲେଟ୍ ଡେ’ କୁହାଯାଏ । ଏହି ଦିନ ନିଜ ସାଥୀଙ୍କୁ ଚକଲେଟ୍ ଉପହାର ଦିଆଯାଇଥାଏ । ଏହାଦ୍ୱାରା ପରସ୍ପର ସହ ମିଠା ସ୍ମୃତି ଏକାଠି ହୁଏ ବୋଲି ବିଶ୍ୱାସ କରନ୍ତି ପ୍ରେମୀଯୁଗଳ ।

ଫେବ୍ରୁଆରୀ ୧୦ ତାରିଖ ଅର୍ଥାତ ଭ୍ୟାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନକୁ ଟେଡି ଡେ’ ବୋଲି କୁହାଯାଏ । ଏହି ଦିନ ନିଜ ସାଥୀଙ୍କୁ ଏକ ଟେଡି ବା କଣ୍ଢେଇ ପ୍ରଦାନ କରାଯାଏ । ତା’ପରେ ଫେବ୍ରୁଆରୀ ୧୧ ତାରିଖ ଅର୍ଥାତ ପ୍ରେମିସ୍ ଡେ’ । ଏହି ଦିନ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ସ୍ୱତନ୍ତ୍ର । ନିଜ ସାଥୀଙ୍କ ନିକଟରେ ସାରା ଜୀବନ ରହିବା ଓ ସମସ୍ତ ଖୁସୀ ପୂରଣ କରିବା ଭଳି ପ୍ରତିଜ୍ଞା କରାଯାଏ । ପରେ ଆସେ ହଗ୍ ଡେ’ ଅର୍ଥାତ ଫେବ୍ରୁଆରୀ ୧୨ ତାରିଖ । ଏହି ଦିନ ନିଜ ସାଥୀଙ୍କୁ ଆଲିଙ୍ଗନ କରି ହୃଦୟର କଥା କୁହାଯାଇଥାଏ । ତା’ପରେ ଫେବ୍ରୁଆରୀ ୧୩ ତାରିଖ ଅର୍ଥାତ ଭ୍ୟାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ କିସ୍ ଡେ’ ଭାବେ ପାଳନ କରାଯାଏ । ଏହି ଦିନ ନିଜ ସାଥୀଙ୍କୁ ଆଲିଙ୍ଗନ କରି ଗାଡ଼ ଚୁମ୍ବନ ଦିଆଯାଏ । ତାପରେ ଆସେ ଭ୍ୟାଲେଣ୍ଟାଇନ୍ ଡେ’ ଅର୍ଥାତ ପ୍ରେମର ଦିନ । ଯାହାକୁ ପ୍ରେମୀଯୁଗଳ ବହୁ ଆଡମ୍ବରରେ ପାଳନ କରନ୍ତି ।

Comments are closed, but trackbacks and pingbacks are open.