Latest Odisha News

BREAKING NEWS

ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ୧୩ ଟିଭି ଆଙ୍କରଙ୍କୁ ବୟକଟ କଲା ‘ଇଣ୍ଡିଆ’

ନୂଆଦିଲ୍ଲୀ:ମେଣ୍ଟ ଇଣ୍ଡିଆର ବଡ ନିଷ୍ପତ୍ତି । ୧୪ ଟିଭି ଆଙ୍କରଙ୍କୁ ବୟକଟ କଲା ବିରୋଧୀ ମେଣ୍ଟ ଇଣ୍ଡିଆ । ଏହି ୧୪ ଆଙ୍କରଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଛି ଇଣ୍ଡିଆ । ଗତକାଲି ଟିଭି ଆଙ୍କରଙ୍କୁ ବୟକଟ କରବ ବୋଲି ଘୋଷଣା କରିଥିଲା ଇଣ୍ଡିଆ  । ଏହାର ଦିନ ପରେ ତାଲିକା ପ୍ରକାଶ କରିଛି । ତାଲିକାରେ ଦେଶର ପ୍ରମୁଖ ଚାନେଲର ଆଙ୍କରଙ୍କ ନାଁ ରହିଛି ।

BjdElectrycity

ରିପବ୍ଲିକ ନେଟୱର୍କର ଅର୍ଣ୍ଣବ ଗୋସ୍ୱାମୀ, ଆଜ ତକର ସୁଧୀର ଚୌଧୁରୀ, ଟାଇମ୍ସ ନାଓର ନଭିକା କୁମାର, ଇଣ୍ଡିଆ ଟୁଡେ ଗ୍ରୁପର ଗୌରବ ସାୱନ୍ତଙ୍କ ପରି ନିଉଜ ଆଙ୍କମାନଙ୍କୁ ବୟକଟ କରିଛି ବିରେଧୀ ଇଣ୍ଡିଆ ।ଏହି ବୟକଟ ଆଙ୍କର ତାଲିକା ଇଣ୍ଡିଆ ମେଣ୍ଟର ଏକାଧିକ ଦଳର ସଦସ୍ୟମାନେ ସେୟାର କରିଛନ୍ତି ।

ଏମାନଙ୍କ ବ୍ୟତୀତ ଭାରତ ଏକ୍ସପ୍ରେସର ଅଦିତି ତ୍ୟାଗୀ, ନେଟୱର୍କ ୧୮ର  ଅମନ ଚୋପ୍ରା,  ନ୍ୟୁଜ ୧୮ର  ଅମିଷ ଦେଓ୍ୱଗନ , ସିଏନଏନ ନ୍ୟୁଜ ୧୮ର  ଆନନ୍ଦ ନରସିଂମହନ୍, ଡିଡି ନ୍ୟୁଜର ଅଶୋକ ଶ୍ରୀବାସ୍ତବ,  ଆଜ ତକର  ଚିତ୍ରା ତ୍ରିପାଠୀ, ଇଣ୍ଡିଆ ଟିଭିର  ପ୍ରାଚୀ ପ୍ରସାର, ଭାରତ ୨୪ର ରୁବିକା ଲିଆକ୍ୱତ, ଆଜ୍‌ତକ୍‌ର ଶିବ ଆରୁର,   ଟାଇମ୍ସ ନାଓ ନବଭାରତର ସୁଶାନ୍ତ ସିହ୍ନାଙ୍କ ନାଁ ମଧ୍ୟ ତାଲିକାରେ ରହିଛି ।

Leave A Reply

Your email address will not be published.