Latest Odisha News

BREAKING NEWS

ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ

କଳାହାଣ୍ଡି: ତେଲ ନଦୀରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀ ଗର୍ଭରୁ ମିଳିଛି ମୃତଦେହ । ସକାଳେ ବାହାଦୂର ପଦର ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ । ଅଖା ବସ୍ତାକୁ ଉଦ୍ଧାର କରି କୂଳକୁ ଆଣି ଖୋଲିବା ବେଳେ ସେଥିରେ ମୃତଦେହ ଥିବା ଦେଖିଥିଲେ ।

Dead Body Found In Bag In Tela River Of Kalahandi

ଅଖାରେ ଥିବା ମୃତଦେହଟି ଭବାନିପାଟଣା ବ୍ଲକ ବୋର୍ଡା ଅଞ୍ଚଳ ର ବୋଲି ଜଣାପଡିଛି। ମୃତଦେହକୁ ମୃତକଙ୍କ ଭାଇ ଆସି ଚିହ୍ନଟ କରିଛନ୍ତି । ତେବେ କେସିଙ୍ଗା ଥାନା ଅଞ୍ଚଳରୁ ମୃତଦେହ ମିଳିଥିବା ବେଳେ ମୃତକ ବୋର୍ଡା ଅଞ୍ଚଳର ହେଉଥିବା ବୋର୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମୁଣ୍ଡର ଆଘାତ ଲାଗିଥିବା ବେଳେ ହତ୍ୟା ପରେ କିଏ ଅଖାରେ ବାନ୍ଧି ନଦୀରେ ଭସାଇ ଦେଲା ତାର ଛାନଭିନ୍ କରୁଛି ପୋଲିସ ।

Leave A Reply

Your email address will not be published.