Latest Odisha News

BREAKING NEWS

ପୃଥିବୀ ଉପରେ ନଜର ରଖିଛନ୍ତି ଏଲିୟନ !

ନୂଆଦିଲ୍ଲୀ: ସତରେ କଣ ଏଲିୟନ ଅଛନ୍ତି ? ଯଦି ଅଛନ୍ତି ତେବେ କେଉଁ ଗ୍ରହରେ ଅଛନ୍ତି ? ସତରେ ସେ ଆମ ପୃଥିବୀକୁ ଆସିଛନ୍ତି ? ଏଭଳି ବିଭିନ୍ନ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ନିଶ୍ଚିତ ଉଙ୍କି ମାରୁଥିବ ଏବଂ ଏଲିୟନ ସମ୍ପର୍କରେ ଜାଣିବାକୁ ଅଧିକ ଆଗ୍ରହ ଲାଗୁଥିବ। ବର୍ତ୍ତମାନ ଏଲିୟନ ଉପରେ ଅନେକ ବୈଜ୍ଞାନିକ ଅନୁସନ୍ଧାନ କରୁଛନ୍ତି ଏବଂ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଏଲିୟନ ପୃଥିବୀ ଉପରେ ନଜର ରଖୁଛନ୍ତି। କେଉଁ ଗ୍ରହରେ ଥାଇ ପୃଥିବୀ ଉପରେ ନଜର ରଖିଛନ୍ତି ଏଲିୟନ ଆସନ୍ତୁ ଜାଣିବା।

ନ୍ୟୁୟର୍କର କର୍ଣ୍ଣେଲ ୟୁନିଭର୍ସିଟିରେ ଏଲିୟନ ଉପରେ ରିସର୍ଚ୍ଚ କରାଯାଉଛି। ପୃଥିବୀ ବାହାରେ ଜୀବ ସତ୍ତା ଅଛି କି ନାହିଁ ସେନେଇ ମଧ୍ୟ ଗବେଷଣା କରାଯାଉଛି। ଏଠାରେ ଦାବି କରାଯାଉଛି ଯେ ଏଲିୟନ ଆମ ଗ୍ରହ ଉପରେ ନଜର ରଖିଛନ୍ତି। ସୌରମଣ୍ଡଳରେ ୨୯ଟି ଏପରି ଗ୍ରହ ରହିଛି ଯେଉଁଠି ରହି ଏଲିୟନମାନେ ଆମ ପୃଥିବୀ ଉପରେ ନଜର ରଖିଛନ୍ତି। ସୌରମଣ୍ଡଳର ଏପରି ଏକ ନକ୍ସା ରହିଛି ଯାହାକୁ ଦେଖି ଆମ ବୈଜ୍ଞାନିକମାନେ ଏଲିଅନ ବାସ କରୁଥିବା ଦାବି କରୁଛନ୍ତି।

ଆମ ଭଳି ଏଲିଅନମାନେ ମଧ୍ୟ ଦୂରବିକ୍ଷଣ ଯନ୍ତ୍ର ବ୍ୟବହାର କରୁଛନ୍ତି। ରିସର୍ଚ୍ଚ ମୁତାବକ, ଏପରି ଗ୍ରହକୁ ଚିହ୍ନଟ କରାଯାଇଛି ଯାହା ପୃଥିବୀଠାରୁ ୪୫ ଆଲୋକ ବର୍ଷ ଦୂରରେ ରହିଛି। କିଛି ଗ୍ରହରେ ପୃଥିବୀ ଭଳି ଚଟାଣ ରହିଛି ଏବଂ କିଛି ଗ୍ରହରେ ପାଣି ମଧ୍ୟ ରହିବା ଆଶଙ୍କା କରାଯାଉଛି। ସନ୍ତୁଳିତ ତାପମାତ୍ରା ଥିବା ଗ୍ରହରେ ଏଲିୟନଙ୍କ ଜୀବନ ସମ୍ଭବ ବୋଲି କୁହାଯାଉଛି। ଅନୁସନ୍ଧାନ ଅନୁସାରେ, ଏଲିୟନ ଆମ ପୃଥିବୀ ଉପରେ ନଜର ରଖିଛନ୍ତି ଏବଂ ଆଗକୁ ମଧ୍ୟ ନଜର ରଖିବେ। ଏଲିୟନମାନେ ମଧ୍ୟ ଆମ ଗ୍ରହ ଉପରେ ରିସର୍ଚ୍ଚ କରୁଛନ୍ତି। ଗତ ତିନି ହଜାର ବର୍ଷ ଧରି ଏଲିୟନ ଆମ ପୃଥିବୀ ଉପରେ ନଜର ରଖି ଆସୁଛନ୍ତି।

Leave A Reply

Your email address will not be published.