Latest Odisha News

BREAKING NEWS

ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଗିବା, ଗ୍ରାହକଙ୍କୁ ହତ୍ୟା କରି ଗିରଫ ହେଲେ ରେସ୍ତୋରାଁ କର୍ମଚାରୀ

ହାଇଦ୍ରାବାଦ: ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଙ୍ଗିବା । ଦହି ତ ମିଳିଲାନି କିନ୍ତୁ ଚାଲିଗଲା ଜୀବନ । ରେସ୍ତୋରାଁରେ ଖାଇବା ସମୟରେ କର୍ମଚାରୀଙ୍କୁ ଦୁଇ ଥର ଦହି ମାଗିଥିଲେ ଗ୍ରାହକ । ସେହି କାରଣରୁ ଗ୍ରାହକଙ୍କୁ ପିଟି ପିଟି ମାରିଦେଲେ ରେସ୍ତୋରାଁ ମାଲିକ । ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ସ୍ଥିତ ପଞ୍ଜାଗୁଟ୍ଟାରେ । ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ଗତକାଲି ପଞ୍ଜାଗୁଟ୍ଟାରେ ଥିବା ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲା ମୃତ ଯୁବକ । ସେଠାରେ ସେ ବିରିୟାନୀ ଅର୍ଡର କରିଥିଲା । ବିରିୟାନୀ ଖାଇବା ବେଳେ ସେ ରେସ୍ତୋରାଁର କର୍ମଚାରୀଙ୍କୁ ଏକ୍ସଟ୍ରା ଦହି ମାଗିଥିଲା । ପ୍ରଥମ ଥର କର୍ମଚାରୀ ଜଣଙ୍କ ତାଙ୍କୁ ଏକ୍ସଟ୍ରା ଦହି ଦେଇଥିଲା । ଏହାର କିଛି ସମୟ ପରେ ଆଉଥରେ ଗ୍ରାହକ ଜଣଙ୍କ କର୍ମଚାରୀଙ୍କୁ ଦହି ମାଗିଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇଯାଇଥିଲ କର୍ମଚାରୀ ଜଣଙ୍କ । ଏହାପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯୁକ୍ତିତର୍କ ଏତେ ପରିମାଣର ବଢିଯାଇଥିଲା ଯେ ରାଗରେ ଜର୍ଜରିତ ହୋଇ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଖବର ପହଞ୍ଚିଥିଲା ଯାଇ ପୋଲିସ ପାଖରେ । ପୋଲିସ ରେସ୍ତୋରାଁରେ ପହଞ୍ଚି ଗ୍ରାହକ ଓ କର୍ମଚାରୀଙ୍କୁ ଥାନାକୁ ଆଣିଥିଲା । ସେଠାରେ ଦୁହେଁକୁ ପଚରାଉଚରା କରାଯିବା ବେଳେ ହଠାତ୍ ବେହୋସ ହୋଇଯାଇଥିଲେ ଗ୍ରାହକ ଜଣକ ।   ଏହାପରେ ପୋଲିସ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରଯାନଗୁଟ୍ଟା ଅଞ୍ଚଳର ଲିୟାକତ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.