Latest Odisha News

BREAKING NEWS

ପୋଲିସ ବାବୁଙ୍କ ଅଦ୍ଭୁତ କାରନାମା; ସୁନା କିଣିଲେ ଟଙ୍କା ଦେଲେନି, ହେଲେ ଶେଷରେ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୁନା ଦୋକାନରୁ ସୁନା କିଣି ଟଙ୍କା ନଦେବାରୁ ନିଲମ୍ବିତ ହୋଇଛ ପୋଲିସ ଅଧିକାରୀ । ସୁନା ଗହଣା କିଣି ଦୋକାନୀଙ୍କୁ ଟଙ୍କା ନଦେବା ଅଭିଯୋଗରେ ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବିତ କରିଛି ।

ନିଲମ୍ବନ ସମୟରେ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି (IG) ଅଫିସରେ ମୁତୟନ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ନିୟମ ଅନୁସାରେ ତାଙ୍କୁ କେବଳ ଖୋରାକି ଭତ୍ତା ପ୍ରଦାନ କରାଯିବ ।

ଖବର ମୁତାବକ, ତିନି ମାସ ପୂର୍ବରୁ ଆସିକାର ଜଣେ ସୁନା ଦୋକାନୀ ଅଭିଯୋଗ କରିଥିଲେ ଯେ, ଏସଡିପିଓ ସନ୍ତୋଷ କୁମାର ଜେନା ତାଙ୍କ ଦୋକାନରୁ ସୁନା ଗହଣା ନେଇ ଆଉ ଟଙ୍କା ଦେଇନଥିଲେ । ଟଙ୍କା ବାରମ୍ବାର ମାଗିବା ସତ୍ତ୍ବେ ଦୋକାନୀଙ୍କର କୌଣସି କଥା ଶୁଣି ନଥିଲେ ପୋଲିସ ବାବୁ ଜଣକ ।

ନ୍ୟାୟ ନପାଇ ଦୋକାନୀ ଜଣକ ବାଧ୍ୟ ହୋଇ ଡିଜିପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଘଟଣାର ତଦନ୍ତ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ କରିଥିଲେ । ଓଡ଼ିଶା ସିଭିଲ ସର୍ଭିସେସ୍ ରୁଲ୍-୧୯୬୨ ଅନୁଯାୟୀ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ।

ତେବେ ପୋଲିସ ବାବୁଙ୍କ ନାମରେ କେବଳ ସୁନା ମାମଲା ନୁହେଁ, ବରଂ ଅନେକ ଠକେଇ ଅଭିଯୋଗ ପୂର୍ବରୁ ମଧ୍ୟ ରହିଥିବା ତଦନ୍ତ ବେଳେ ଜଣାପଡିଛି ।

Leave A Reply

Your email address will not be published.