Latest Odisha News

BREAKING NEWS

ବିଜେଡି-ବିଜେପି ମେଣ୍ଟ: ଭୁବନେଶ୍ୱରରୁ କାହାର ପ୍ରାର୍ଥୀ?

ଭୁବନେଶ୍ଵର: ଚର୍ଚ୍ଚା ହେଉଛି, ବିଜେଡି ସମ୍ମାନଜନକ ଭୁବନେଶ୍ୱର ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଆଗ୍ରହୀ । କାରଣ ବି ବେଶ୍ ସ୍ପଷ୍ଟ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଭୁବନେଶ୍ୱର ଜିତି ଗଡ ଦଖଲ କରିବା ସହ ଅପରାଜିତାଙ୍କୁ ନିର୍ବାଚନ ରାଜନୀତିରୁ ବିଦା କରିବାକୁ ଦଳ ଟାର୍ଗେଟ୍ ରଖିଥିବା କୁହାଯାଉଛି । ବିଜେପି ସହ ମେଣ୍ଟ ଥିବା ବେଳେ ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନ ଥିଲା ବିଜେଡି ଦଖଲରେ । ମେଣ୍ଟ ଭାଙ୍ଗିବା ପରେ ବି ୨୦୦୯ ଓ ୨୦୧୪ରେ ରାଜଧାନୀରେ ହୋଇଥିଲା ଶଙ୍ଖନାଦ ।

ପ୍ରସନ୍ନ ପାଟ୍ଟଶାଣୀ ପାଞ୍ଚ ପାଞ୍ଚ ଥର ଏହି ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ବିଜେଡିର କିଲ୍ଲା ଦଖଲ କଲା ବିଜେପି । ପୂର୍ବତନ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରି ପଦ୍ମ ଫୁଟାଇଲା ବିଜେପି । ଭୁବନେଶ୍ୱର ଅଧୀନରେ ଥିବା ୭ରୁ ୬ଟି ସିଟରେ ବିଜେଡି ବାଜିମାତ୍ କରିବା ସତ୍ୱେ ଲୋକସଭା ଆସନରେ ବିଜୟୀ ହୋଇଥିଲେ ଅପରାଜିତା । ଶେଷ ମୁହୂର୍ତ୍ତରେ ପ୍ରଶାସକରୁ ରାଜନେତା ବନିଥିବା ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ଏକ୍ସପେରିମେଣ୍ଟ ଫେଲ୍ ମାରିଥିଲା । ସାଂସଦ ହେବା ପରଠୁ ଅପରାଜିତା ବି ରାଜ୍ୟ ରାଜନୀତିରେ ବେଶ୍ ଆକ୍ଟିଭ୍ । ଜମି କେଳେଙ୍କାରୀ ହେଉ କି ଖଣି ସ୍କାମ୍‌, ଅପରାଜିତାଙ୍କ ଟାର୍ଗେଟ୍ ରହିଛନ୍ତି ରାଜ୍ୟ ସରକାର । ଗତ ୫ବର୍ଷ ଧରି ଭୁବନେଶ୍ୱର ରାଜନୀତି ଉଷ୍ଣ ରଖିବା ସହ ଚବିଶ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଅପରାଜିତ।। ସେପଟେ ଅପରାଜିତାଙ୍କୁ ଟକ୍କର ଦେବାକୁ ବହୁ ପୂର୍ବରୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରୋଜେକ୍ଟ କରିଆସୁଛି ବିଜେଡି । ଗତ ତିନିମାସ ହେଲା ନିର୍ବାଚନମଣ୍ଡଳୀରେ ସଭା, ଶୋଭାଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଶ୍ରୀମୟୀ ।

ଭୁବନେଶ୍ୱର ଆସନ ଉଭୟ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ଆଉ ସେଥିପାଇଁ ମେଣ୍ଟ ସିଟ୍ ଭାଗବଣ୍ଟା ବେଳେ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଅଙ୍କ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । ବିଜେଡି ଭୁବନେଶ୍ୱରରେ ନିଜ ପ୍ରାର୍ଥୀ ଦେବାକୁ ଅଡି ବସିଥିବା ବେଳେ ବିଜେପି ସିଟ୍ ଛାଡିବାକୁ ରାଜି ନଥିବା କୁହାଯାଉଛି ।

 

 

Leave A Reply

Your email address will not be published.