Latest Odisha News

BREAKING NEWS

ଆସନ୍ତାକାଲି ଓଡ଼ିଶା ଆସିବ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା।

ସୂଚନା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ୩,୩୪,୫୦୦ ଡୋଜର କୋଭିଶିଲ୍ଡ ଟିକା ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିବ।

ଏଥିସହିତ ସମସ୍ତ ସ୍ବାସ୍ଥ୍ୟକର୍ମୀ ତଥା ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ। ପୂର୍ବରୁ ୪.୨୮ ଲକ୍ଷ ଡୋଜ ପ୍ରଦାନ କରାଯାଇଥିଲା।

ତେବେ ଜାନୁଆରୀ ୨୫ ସୁଦ୍ଧା ସମସ୍ତ ଫ୍ରଣ୍ଟଲାଇନ କର୍ମୀଙ୍କର ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଓଡିଶା ସରକାର ଯୋଜନା କରିଥିବା ସୂଚନା ମିଳିଛି।

Comments are closed.