Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବାହାର ଯାତ୍ରୀଙ୍କ ସ୍କ୍ରିନିଂ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ

ଭୁବନେଶ୍ୱର: ଗତ ସପ୍ତାହେ ଭିତରେ ଦେଶର ବିଭିନ୍ନ ରାଜ୍ୟରେ ବଢିଛି କରୋନା କାୟା । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ବଢିଛି । କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ କୌଣସି କୋଭିଡ୍ ଲକ୍ଷଣ ଦେଖା ଗଲେ ଟେଷ୍ଟିଂ କରାଯିବ । ସକାଳୁ ସନ୍ଧ୍ୟା ଯାଏ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ଅଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର କରାଯିବା ବୋଲି ଗତକାଲି ସୂଚନା ଦେଇଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Leave A Reply

Your email address will not be published.