Latest Odisha News

BREAKING NEWS

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ, ଜଣେ ଗୁରୁତର

ନାରାୟଣପୁର(ଛତିଶଗଡ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅଛନ୍ତି ଜଣେ ଯବାନ । ମାଓ ବିରୋଧୀ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏହି ଘଟଣା ଘଟିଛି ।

ନାରାୟଣପୁରର ଅବୁଝମଡ଼ ଓ ସୋନପୁର ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଡିଆରଜି ଓ ଆଇଟିବିପି ଯବାନଙ୍କ ଏକ ଟିମ୍ ଆଜି ସକାଳେ ଅବୁଝମଡର କାକୁର୍ ଅଞ୍ଚଳରେ କମ୍ବିଂ ଚଳାଇଥିଲେ । ସେଠାରେ ସୁରକ୍ଷାବାହିନୀ ଉପରେ ଅତର୍କିତ ଗୁଳି ଚଳାଇଥିଲେ ମାଓବାଦୀ । ଜଣେ ଯବାନ ସହିଦ ହୋଇଥିଲେ ।

ସେହିପରି ସୋନପୁର ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ଜଣେ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.