Latest Odisha News

BREAKING NEWS

ବଡଦାଣ୍ଡକୁ ଜଗିବ ସିସିଟିଭି, ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ: କରୋନା କଟକଣା ଭିତରେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିାଇଁ ପୁରୀରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡକୁ ୭ଟି ଜୋନରେ ବିଭିକ୍ତ କରାଯାଇ ପ୍ରତି ଜୋନରେ ଲାଗିଛି ସିସିଟିଭି ।

ସେହିପରି ୨ ଜଣ କମାଡାଣ୍ଟ, ୬ ଜଣ ଅତିରିକ୍ତ ଏସପି, ୧୯ ଜଣ ଡ଼ିଏସପି, ୪୪ ଜଣ ଇନ୍ସପେକ୍ଟର, ୧୫୭ ଜଣ ଏସଆଇ/ଏଏସଆଇ, ୩୪ ଜଣ ହାବିଲଦାର, ୧୭୩ ଜଣ କନେଷ୍ଟବଳ, ୨୪ ଜଣ ଟ୍ରାଫିକ କନେଷ୍ଟବଳ, ୬୬୫ଜଣ ହୋମଗାର୍ଡ ଓ ୩୮ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବାକୁ ଥିବାରୁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ସେବାୟତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା।

Leave A Reply

Your email address will not be published.