Latest Odisha News

BREAKING NEWS

ରହିବେନି ଭକ୍ତ, ସେବକଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତିରୁ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚର୍ତୁଦ୍ଧାମୂର୍ତ୍ତି । ରାତି ଗୋଟାଏରେ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ତେବେ ଏସବୁ ନୀତିକାନ୍ତି ବିନା ଭକ୍ତରେ ହେବ । ଚଳିତ ଥର କରୋନା କଟକଣା ଭିତରେ କେବଳ ସେବକଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ।

ଏଥିପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି । ଆଜି ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି କରାଯିବ । ଆସନ୍ତାକାଲି ସକାଳ ୭ଟା ୩୦ରୁ ୯ଟା୩୦ ଯାଏଁ ହେବ ସ୍ନ।ନନୀତି । ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ଛେରା ପହଁରା । ଦିନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ଶ୍ରୀଜିଉଙ୍କ ପହଣ୍ଡି । ଚଳିତବର୍ଷ ଶ୍ରୀଜିଉଙ୍କ ଅନବସର ନୀତି ୧୫ ଦିନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.