Latest Odisha News

BREAKING NEWS

ମାଓ କ୍ୟାମ୍ପ ଧ୍ଵଂସ କଲା ସୁରକ୍ଷାବାହିନୀ, ମାଓବାଦୀଙ୍କ ଛତ୍ରଭଙ୍ଗ

ରାଉରକେଲା: କମ୍ବିଂ ଅପରେଶନ ବେଳେ ମାଓ କ୍ୟାମ୍ପ ଧ୍ବଂସ କଲା ସୁରକ୍ଷାବାହିନୀ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବଂସ କରିଛି ସୁରକ୍ଷାବାହିନୀ । ଏଥିସହ ଘଟଣାସ୍ଥଳରୁ ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ କରିଛି ସୁରକ୍ଷାବାହିନୀ । ସିଆରପିଏଫ୍‌ ଓ କୋବ୍ରା ବାହିନୀର ଚାଲିଥିଲା ମିଳିତ କମ୍ବିଂ ଅପରେସନ ।

ସୂଚନା ଅନୁସାରେ, ରାଉରକେଲା-ଝାଡଖଣ୍ଡ ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ସିଆରପିଏଫ ସହ କୋବ୍ରା ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ମାଓବାଦୀମାନେ ପ୍ରଥମେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲା । ଏହାର ପ୍ରତିଉତ୍ତରରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚାଳନା କରିଥିଲେ । କିଛି ସମୟ ଧରି ଉଭୟ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଗୁଳି ବିନିମୟ ବେଳେ ମାଓକ୍ୟାମ୍ପକୁ ସମ୍ପର୍ଣ୍ଣ  ଧ୍ଵଂସ କରିଛନ୍ତି ମାଓବାଦୀ । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଖୋଜାଖୋଜି ବେଳେ ଘଟଣାସ୍ଥଳରୁ ଏସଆଲର ବନ୍ଧୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ୍ ତାର , ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗଦ ୨୭ ହଜାର ଟଙ୍କା ସହ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.