Latest Odisha News

କଂଗ୍ରେସକୁ ବଡ ଝଟକା, ବିଜେପିରେ ମିଶିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ତାଜିନ୍ଦର ସିଂ ବିଟ୍ଟୁ

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ । ତାଜିନ୍ଦର ସିଂ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ଘନିଷ୍ଠ ଅଟନ୍ତି । ବିଟ୍ଟୁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ସେ ବିଜେପି ମହାସଚିବ ବିନୋଦ ତାୱଡେ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଙ୍କୁ ପଠାଇଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ‘ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ହିମାଚଳ ପ୍ରଦେଶର ଏଆଇସିସିର ସହ-ପ୍ରଭାରୀ ପଦରୁ ତତ୍କାଳ ପ୍ରଭାବ ସହ ଇସ୍ତଫା ଦେଉଛି।’

ତେବେ ତାଜିନ୍ଦର ସିଂହ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ଘନିଷ୍ଠ ହୋଇଥିବାବେଳେ ସେ ଦୀର୍ଘ ୩୫ ବର୍ଷ ଧରି ଦଳରେ ରହିଥିଲେ । ତେବେ ସେ କେଉଁ କାରଣରୁ କଂଗ୍ରେସ ଛାଡିଛନ୍ତି ସେନେଇ କିଛି ଦର୍ଶାଇ ନାହାନ୍ତି ।

Leave A Reply

Your email address will not be published.