Latest Odisha News

ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ନେଇ ରାଜନୀତି ତେଜୁଛି । ବିଜେପି ଜୟନାରାୟଣଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିବା ବେଳେ ବିଜେଡି ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା ସମେତ ୧୬ଟି ଅପରାଧିକ ମାମଲା ରହିଛି ।

ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଏବଂ ବିଜେପି ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା ଏବଂ ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଥିବା କହିଛନ୍ତି । ବିଜେପି ବିଧାୟକମାନେ ଓଡ଼ିଶା ରାଜ୍ୟପାଳଙ୍କ ନିକଟକୁ ଯାଇ ଜୟନାରାୟଣ ମିଶ୍ରଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ବରଂ ବିଜେପି ବିଧାୟକମାନେ ତାଙ୍କୁ ଆକ୍ରମଣ କରିଥିବା ମହିଳା ପୋଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ଶ୍ରୀ ମିଶ୍ରଙ୍କୁ କହିବା ଉଚିତ୍‍ ।

ଆମକୁ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି, ଯିଏକି ଓଡ଼ିଶା ବିଜେପି ସଭାପତି, ଯାହାଙ୍କୁ ଶ୍ରୀ ମିଶ୍ରଙ୍କ ଦ୍ୱାରା ମାଡ ମରାଯାଇଥିଲା ଏବଂ ଯେଉଁଥିପାଇଁ ଶ୍ରୀ ମିଶ୍ରଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ଏହା ଦେଖି ଆହୁରି ଦୁଃଖ ଲାଗୁଛି ଯେ ଖୋଦ ସମୀର ମହାନ୍ତିଙ୍କୁ ତାଙ୍କ ଦଳରେ ଏଭଳି ଅପରାଧୀଙ୍କୁ ଏବେ ସହ୍ୟ କରିବାକୁ ପଡୁଛି ବୋଲି କହିଛନ୍ତି ଶ୍ରୀମତୀ ଦେଓ ।

Leave A Reply

Your email address will not be published.