Latest Odisha News

BREAKING NEWS

କୋହଲିଙ୍କ ସପକ୍ଷରେ କୀର୍ତି ଆଜାଦଙ୍କ ବଡ ବୟାନ

ମୁମ୍ବାଇ: ୧୯୮୩ ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଦଳର ସଦସ୍ୟ କୀର୍ତି ଆଜାଦ ଆଜି ବିରାଟ କୋହଲିଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଚୟନ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଯେତିକି ମ୍ୟାଚ ଖେଳି ନ ଥିବେ ଏକୁଟିଆ କୋହଲି ସେତିକି ମ୍ୟାଚ ଖେଳିଛନ୍ତି । ତାଙ୍କର ଏହି ମନ୍ତବ୍ୟ ବିସିସିଆଇ ଚୟନ କମିଟି ସଦସ୍ୟଙ୍କୁ ଖରାପ ଲାଗିପାରେ ବୋଲି ଅନୁମାନ କରାଯାଉଛି । ମୁଁ ସେମାନଙ୍କୁ ଅପମାନ କରିବାକୁ ଚାହୁଁ ନାହିଁ, କିନ୍ତୁ ଯାହା କିଛି ନିଷ୍ପତି ନେଉଛନ୍ତି ଭାବି ଚିନ୍ତି ନେବା କଥା ।

ବିସିସିଆଇ ଅଧ୍ୟକ୍ଷଙ୍କୁ ସବୁ ଜଣା ଥାଏ । ସୌରଭ ଗାଙ୍ଗୁଲି ଏ ନେଇ ଭଲ ଭାବେ କୋହଲିଙ୍କ ସହ ଆଲୋଚନା କରିପାରିଥାନ୍ତେ । କୋହଲିଙ୍କୁ ଯେଉଁ ପରି ଢ଼ଙ୍ଗରେ ହଟାଗଲା ତାଙ୍କୁ ନିଶ୍ଚିତ ଭାବେ ବାଧି ଥିବ । କିଛି ଦିନ ତଳେ କୀର୍ତି ଆଜାଦ କହିଥିଲେ ରୋହିତ ଓ ବିରାଟ ଏକତ୍ର ନ ଖେଳିଲେ ଭାରତୀୟ କ୍ରିକେଟର କ୍ଷତି ହେବ ।

Leave A Reply

Your email address will not be published.