Latest Odisha News

BREAKING NEWS

ବରିଷ୍ଠ ନାଗରିକ ଧାମରା ବନ୍ଦର ବୁଲି ଦେଖିଲେ, କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ…

ଧାମରା: ଆଦାନୀ ଗ୍ରୂପ ଧାମରାରେ ଆଦାନୀ ଧାମରା ପୋର୍ଟ (ଡିପିସିଏଲ୍) ନାମରେ ଏହାର ବନ୍ଦର କାର୍ଯ୍ୟ ଆରମ୍ଭ କରିଛି । ସ୍ଥାନୀୟ  ଜନ ସାଧାରଣଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ, ସମର୍ଥନ ଏବଂ ବିଶେଷ ଭାବେ ବରିଷ୍ଠ ନାଗରିକଙ୍କ ଆଶୀର୍ବାଦ ଆଦାନୀ ଧାମରା ପୋର୍ଟର ନିରନ୍ତର ସଫଳତା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ବନ୍ଦରର ଆଖପାଖ ଅଞ୍ଚଳର ସମ୍ପ୍ରସାରଣ ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ତ୍ୟାଗ ଓ ଯୋଗଦାନକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କୁ ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୋଟିଏ ଦିନ ସମର୍ପି ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି ।

ଏହି ଅବସରରେ ଆଦାନୀ ପୋର୍ଟର ସିଏସ୍ଆର୍ ଶାଖା ଆଦାନୀ ଫାଉଣ୍ଡେସନ ପକ୍ଷରୁ ପୋର୍ଟ ପାରିପାଶ୍ୱର୍ରେ ରହୁଥିବା ୪୦ ଜଣ ବରିଷ୍ଠ ନାଗରିକଙ୍କୁ ପୋର୍ଟ ଭ୍ରମଣର ସୁଯୋଗ ଦେଇଛି । ଆଦାନୀ ଧାମରା ପୋର୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଏହି ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ ।

ସେମାନଙ୍କର ସହଯୋଗ ଓ ଆଶୀର୍ବାଦ ଯୋଗୁ ପୋର୍ଟ ବର୍ତ୍ତମାନ ସମୟରେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ସେଥିପାଇଁ ସିଇଓ ଶ୍ରୀ ତ୍ରିପାଠୀ ପୋର୍ଟ କର୍ତ୍ତୃପକ୍ଷ ତରଫରୁ ଗଭୀର କୃତଜ୍ଞତା ସହ ଶୁଭେଚ୍ଛା ଜଣାଇଥିଲେ ।

ଏହି ବରିଷ୍ଠ ନାଗରିକମାନେ ସେମାନଙ୍କର\nଅନୁଭବ ଓ ଅଭିଜ୍ଞତା ବାଣ୍ଟିବା ସହ ପାରିପାଶ୍ୱର୍ିକ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେଇଥିବାରୁ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ପୋର୍ଟର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Leave A Reply

Your email address will not be published.