ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଅସୁସ୍ଥ। ଅନ୍ୟ ବିଧାୟକମାନଙ୍କ ସହ ସାରା ରାତି ରାଜରାସ୍ତାରେ ରାତି କାଟିବା ପରେ ବିଗିଡିଲା ତାରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସକାଳୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଅନ୍ୟପଟେ ଏହି ଧରଣାକୁ ନେଇ ମୁହଁ ଖୋଲିଲେ ତାହାପ୍ରସାଦ। କହିଲେ ମୋତେ ନ୍ୟାୟ ଦରକାର। ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର। ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ପିସିସି ସଭାପତି, ନିରଞ୍ଜନ, ନରସିଂହ, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ। ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ଛାଡ଼ିଲେନି। ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ଗାଳିଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି କହିଲେ ତାରାପ୍ରସାଦ ବାହିନୀପତି।
ସୂଚନା ଥାଉକି କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବନର ଜୋରଦାର ପ୍ରତିବାଦ କରାଯାଉଛି। ରାତି ପାହିଗଲା, ରାସ୍ତା ଉପରେ ଶୋଇଛନ୍ତି କଂଗ୍ରେସ ବିଧାୟକ। ସାରା ରାତି ରାଜରାସ୍ତାରେ ଶୋଇ ଧାରଣା ଦେଲା କଂଗ୍ରେସ।