Latest Odisha News

BREAKING NEWS

ମାର୍ଚ୍ଚ ୩ରୁ +୨ ପରୀକ୍ଷା; ସମୁଦାୟ ୩ ଲକ୍ଷ ୪୯ ହଜାର ୧୫୪ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ ରୁ ୨୬ ଯାଏଁ ଚାଲିବ । +୨ କଳା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଏବଂ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ମୋଟ୍ ୩ଲକ୍ଷ ୪୯ହଜାର ୧୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ବିଜ୍ଞାନରେ ମୋଟ୍ ୯୭ହଜାର ୫୩୬ ଜଣ ପରୀକ୍ଷାର୍ଥୀ ଥିବା ବେଳେ କଳାରେ ୨ଲକ୍ଷ ୧୮ହଜାର ୮୩୧ଜଣ, ବାଣିଜ୍ୟରେ ୨୫ହଜାର ୭୭୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭ହଜାର ୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରାଜ୍ୟରେ ଥିବା ୨୦୪୦ଟି ଜୁନିୟର କଲେଜର ଛାତ୍ରୀମାନେ ୧୧୦୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି ।

ଜାନୁଆରୀରେ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ଲାଗି +୨ ପରିଷଦ ପକ୍ଷରୁ ସବୁ କଲେଜକୁ ୨ଟି ସମୟ ଦେଇଛି । ସକାଳ ୧୦ଟାରୁ ଦିନ ୧ଟା କିମ୍ବା ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଲେଜର ସୁବିଧା ଅନୁଯାୟୀ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସବୁ ଥିଓରୀ ପରୀକ୍ଷା ସକାଳ୧୦ଟାରୁ ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି ।

ସେହିପରି ସକାଳ ୯ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ପହଞ୍ôଚବେ । ୯ଟା୩୦ରେ ପରୀକ୍ଷାକେନ୍ଦ୍ରକୁ ପରୀକ୍ଷାଥିମାନେ ପ୍ରବେଶ କରିବେ । ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ତେବେ ଥିଓରୀ ପରୀକ୍ଷାରେ ୧୦୦ମାର୍କ ବିଷୟ ଲାଗି ୩ଘଣ୍ଟା ସମେତ ଉଭୟ ୭୦ ଏବଂ ୬୦ମାର୍କ ବିଷୟ ଲାଗି ମଧ୍ୟ ୩ଘଣ୍ଟା ଧାର୍ଯ୍ୟ ହୋଇଛି । ସେହିପରି ୫୦ମାର୍କ ଲାଗି ଅଢ଼େଇ ଘଣ୍ଟା ଏବଂ ୪୦ମାର୍କ ବିଷୟ ଲାଗି ୨ଘଣ୍ଟା ପରୀକ୍ଷା ହେବ । ପ୍ରାକ୍ଟିକାଲ ପରୀକ୍ଷାରେ ୧୦୦ମାର୍କ ପାଇଁ ୩ଘଣ୍ଟା ରହିଥିବା ବେଳେ ୬୦ ଏବଂ ୩୦ମାର୍କ ପରୀକ୍ଷା ଲାଗି ୩ଘଣ୍ଟା ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ଶେଷ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ।

ଚଳିତ ବର୍ଷ ପ୍ରାୟ ୬୦ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର ରାଜ୍ୟରେ ବ୍ୟବସ୍ଥା କରାଯାଇଛି । ମେ’ ଦ୍ୱତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.