Latest Odisha News

BREAKING NEWS

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍‌’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ଦେଇ ଦିନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିଥିବା ସହିତ ୧୮୫ ର ଝଟକା ଥିଲା ।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଉତ୍ତର ତଟବର୍ତ୍ତୀ ଜିଲ୍ଲା ବାଲେଶ୍ୱର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି । ଏପରିକି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ପ୍ରଳୟ ରଚୁଛି ବାତ୍ୟା ‘ଅମ୍ଫାନ’

ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଧିରେ ଧିରେ ପବନର ବେଗ କମିଯିବ ବୋଲି ପାଣିପାଗ ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଅମ୍ଫାନ ମୁକାବିଲାରେ ନେତୃତ୍ୱ ନେଉଥିବା ଦୁଇ ଓଡିଆ ଯୋଦ୍ଧାଙ୍କ ପାଇଁ ଓଡିଶା ଗର୍ବିତ

ଏହି ସମୟ ମଧ୍ୟରେ ଉତ୍ତର ଓଡ଼ିଶାର ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଏପରିକି ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାଂଲାଦେଶ ଉପକୂଳବର୍ତ୍ତୀ ଏବଂ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଗାମୀ ୬ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପୂର୍ବ ବଙ୍ଗୋପସାଗର ଅତ୍ୟନ୍ତ ଅସ୍ଥିର ରହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.