Latest Odisha News

BREAKING NEWS

ପୋଲିସ ଜାଲରେ ସିରିଏଲ୍ କିଲର, ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି କରିଛି  ହତ୍ୟା

ହାଇଦ୍ରାବାଦ : ବିବାହର କିଛିଦିନ ପରେ ପତ୍ନୀ ଅନ୍ୟ ପୁରୁଷ ସହ ଫେରାର ହୋଇଗଲା । ମାନସିକ ଭାରସାମ୍ୟ ହରାଇବସିଲା ସ୍ୱାମୀ । ଏହାପରେ ମହିଳାଙ୍କ ପ୍ରତି ଘୃଣାଭାବ ଆସିଯାଇଥିଲା । ସ୍ବାମୀରୁ ପାଲଟିଗଲା ସିରିଏଲ୍‌ କିଲର୍‌ । ଗୋଟିଏ ଦୁଇଟି ନୁହେଁ ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ସେମାନଙ୍କୁ ହତ୍ୟା କରିଛି ହାଇଦ୍ରାବାଦର ଏହି ସିରିଏଲ୍‌ କିଲର୍‌ । 

ସିରିଏଲ କିଲର ହେଉଛି ହାଇଦ୍ରାବାଦରେ ରାମୁଲୁ ନାମକ ଜଣେ ବ୍ୟକ୍ତି । ରାମୁଲୁ ବିଭିନ୍ନ ମହିଳାଙ୍କୁ ନିଜ ଜାଲରେ ଫସାଇବା ପରେ ଶାରିରୀକ ସମ୍ପର୍କ ରଖୁଥିଲା । ଶାରିରୀକ ସମ୍ପର୍କ ରଖିବା ସମୟରେ ରାମୁଲୁ ପ୍ରବଳ ମଦ ପିଉଥିଲା । ଏହାପରେ ସେ ମହିଳାଙ୍କର ହତ୍ୟା କରୁଥିଲା ।

ଡିସେମ୍ବର ୩୦ ତାରିଖରେ ହାଇଦ୍ରାବାଦର ଘୋଟକେଶର ଅଞ୍ଚଳରୁ ଜଣେ ମହିଳାଙ୍କର ମୃତଦେହ ମିଳିଥିଲା । ଏହାର କିଛି ଦିନ ପୂର୍ବରୁ ଅନ୍ୟ ଜଣେ ମହିଳାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା । ଅଳ୍ପଦିନ ମଧ୍ୟରେ ଦୁଇଜଣ ମହିଳାଙ୍କର ମୃତଦେହ ମିଳିବା ପରେ ପୁଲିସର ନିଦ ହଜିଯାଇଥିଲା । ଘଟଣାର ତଦନ୍ତ ବେଳେ ଭେଙ୍କଟଗିରରି ଭେଙ୍କଟାମ୍ମାର ହତ୍ୟା କରାଯାଇଥିବା ଜଣାପଡିଥିଲା । ଏହାପୂର୍ବରୁ ବାଲୁଗୁରେ ୩୫ ବର୍ଷିୟ ଜଣେ ଅଜଣା ମହିଳାଙ୍କର ହତ୍ୟା କରିଥିବା କଥା ସ୍ୱୀକର କରିଛି ରାମୁଲୁ ।

ରାମୁଲ ହାଇଦ୍ରାବାଦର ବୋରବନ୍ଦା ଅଞ୍ଚଳରେ ରହୁଥିଲା । ତାଡି ପ୍ରସ୍ତୁତି ପାଇଁ କାମ କରୁଥିବା ମହିଳାଙ୍କୁ ରାମୁଲୁ ଟାର୍ଗେଟ କରୁଥିଲା । ସେ ସେଠାରେ ମହିଳାମାନଙ୍କୁ ଫସାଇ ଡାକୁ ଥିଲା । ମହିଳାମାନଙ୍କୁ ହତ୍ୟା କରିବା ପରେ ତାଙ୍କର ସୁନାଗହଣା ଚୋରି କରି ନେଉଥିଲା । ଭେଙ୍କଟାମ୍ମାର ମୁଣ୍ଡକୁ ପଥରରେ ଛେଚି ରାମୁଲୁ ହତ୍ୟା କରିଥିଲା । କେତେ ଜଣ ମହିଳାଙ୍କୁ ଦେଶୀ ମଦ କିମ୍ବା ତାଡି ପିଆଇବା ପରେ ସେମାନଙ୍କ ବେକ ଚିପି ହତ୍ୟା କରୁଥିଲା । ୨୦୦୩ ମସିହାରୁ ମହିଳାମାନଙ୍କୁ ଡାକି ହତ୍ୟା କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛି ରାମୁଲୁ । 

 

Leave A Reply

Your email address will not be published.