Latest Odisha News

ଆଇପିଏଲରେ ପ୍ରଥମ ବିଦେଶୀ ଖେଳାଳି ଭାବେ ୧୦୦ କୋଟି ଆୟ କରିବାକୁ ଯାଉଛନ୍ତି ଡିଭିଲର୍ସ, ଓଭରାଲ ୪ର୍ଥ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳିବା ପରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ଆୟ ଓଭରାଲ ୧୦୦ କୋଟି ଛୁଇଁବ । ପ୍ରଥମ ବିଦେଶୀ ଖେଳାଳି ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ୧୪ତମ ସଂସ୍କରଣ ପାଇଁ ରୟାଲ ଚ୍ୟାଲେର୍ଞ୍ଜସ ବାଙ୍ଗାଲୋର ୧୧କୋଟିରୁ ତାଙ୍କୁ ରିଟେନ କରିଛି । ଆଇପିଏଲରେ ସେ ଓଭରାଲ ୧୬୯ ମ୍ୟାଚ ଖେଳିତ ୪୦.୪୦ ଆଭରେଜରେ ୪୮୪୯ ରନ କରିଛନ୍ତି । ପ୍ରଥମ ସିଜନରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିଥିଲେ । ଏହା ପରେ ସେ ବାଙ୍ଗାଲୋରର ନିୟମିତ ସଦସ୍ୟ ହୋଇଛନ୍ତି ।

ତେବେ ଓଭରାଲ ୧୦୦ କୋଟି ଊର୍ଦ୍ଧ୍ୱ ଆୟ କରିବାରେ ସେ ୪ର୍ଥ ସ୍ଥାନରେ ରହିଛି । ମହେନ୍ଦ୍ର ସିଂ ଧୋନୀ ୧୫୨ କୋଟି ସହ ପ୍ରଥମ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ୧୪୬ ଓ ବିରାଟ କୋହଲି ୧୪୩ କୋଟି ଆୟ କରିଛନ୍ତି ।

Leave A Reply

Your email address will not be published.