Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ୭ ଦାଦନ ଶ୍ରମିକ

ସୁନ୍ଦରଗଡ : ଓଡିଶା ଶ୍ରମ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଇଟାଭାଟିରେ ଫସି ରହିଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ୭ ଜଣ ଶ୍ରମିକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଶୁକ୍ରବାର ଓଡିଶାକୁ ଫେରାଇ ଅଣାଯାଇଛି । ଉଦ୍ଧାର ଶ୍ରମିକଙ୍କ ଘର ସୁନ୍ଦରଗଡ ଓ ବରଗଡ ଜିଲ୍ଲାରେ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶାର କିଛି ଶ୍ରମିକ କାମ କରିବାକୁ ଆନ୍ଧ୍ର ପ୍ରଦେଶର ଶ୍ରୀସାଇ ମନିକଣ୍ଟା ଇଟାଭାଟିକୁ ଯାଇଥିଲେ । ସେଠାରେ କିଛି ମାସ କାମ କରିବା ପରେ ଶ୍ରମିକ ମାନେ ତାଙ୍କ ପ୍ରାପ୍ୟ ମାଗିଥିଲେ ମଧ୍ୟ ସେମାନଙ୍କୁ ଦରମା ମିଳିନଥିଲା । ଏହା ପରେ ଇଟାଭାଟି ମାଲିକ ଶ୍ରମିକ ମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲା ।

ଆହୁରି ମଧ୍ୟ ଟଙ୍କା ମାଗିବାରୁ ଇଟାଭାଟି ମାଲିକ ଜଣେ ଶ୍ରମିକଙ୍କ ଆଙ୍ଗୁଠି କାଟିଦେବା ସହ ଏସିଡ୍ ମାଡ଼ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଡିସେମ୍ବର ୧୭ ତାରିଖରେ ପ୍ରାୟ ୫ଜଣ ଶ୍ରମିକ ଇଟାଭାଟିରୁ ଖସି ଆସିଥିଲେ ଏବଂ ଏନେଇ ସେମାନଙ୍କ ଅଭିଯୋଗ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ଏହାପରେ ବାକି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତାର ସହ ଉଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରିଥିଲା ।ଅନ୍ୟପକ୍ଷରେ ଏସିଡ ଆଟାକରେ ପିଡିତ ବ୍ୟକ୍ତି ଗୁରୁତର ଭାବେ ବୁର୍ଲାସ୍ଥିତ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.