Latest Odisha News

BREAKING NEWS

ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର

କେନ୍ଦୁଝର : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସରୋଜ କୁମାର ପ୍ରଧାନଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ଆସରରେ କୋହ୍ଲାଣ ବିଶ୍ୱବିଦ୍ୟାଳୟର କୁଳପତି ଗଙ୍ଗାଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଏବଂ କୋହ୍ଲାଣ ବିଶ୍ୱବିଦ୍ୟାଳୟର ବିତ୍ତ ପଦାଧିକାରୀ ପ୍ରଭାତ କୁମାର ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।

ଏହି ଆସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ହିମାଦ୍ରୀ ତନୟା ମିଶ୍ର ଉପସ୍ଥାପିକା ଓ ସଂଯୋଜିକାର ଦାୟିତ୍ୱରେ ଥିବାବେଳେ, ଅନୁଷ୍ଠାନର ସଭାପତି ବିଷ୍ଣୁପଦ ସିଂହ ଦେବ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚ୍ଛିନ୍ନାଞ୍ଚଳର ବହୁ କବି ଓ କବିୟତ୍ରୀ ସାମିଲ ହୋଇ ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.