Latest Odisha News

BREAKING NEWS

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ ଭୟଭୀତ ହୋଇପଡିଥିଲେ ।

BjdElectrycity

ପ୍ରଥମେ ଗତ ରାତିରେ ଗୁଜରାଟର ସୁରଟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା  । ପରେ କଚ୍ଛରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ବିଜ୍ଞାନୀଙ୍କ ସୂଚନା ଅନୁସାରେ   କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୮ମାଗ୍ସିଚ୍ୟୁଟ ରହିଛି । ଏହାର କେନ୍ଦ୍ରସ୍ଥଳ ଆରବସାଗର ଥିଲା   ।

ଗୁଜରାଟବାସୀ ଅନେକ ବଡ ବଡ ଭୂକମ୍ପକୁ ସାମ୍ନା କରିଛନ୍ତି । ୧୮୧୯, ୧୮୪୫, ୧୮୪୭, ୧୮୪୮, ୧୮୬୪, ୧୯୦୩, ୧୯୩୮, ୧୯୫୬, ଓ ୨୦୦୧ରେ ଭୂକମ୍ପର ଜବରଦସ୍ତ ଝଟକା ଲାଗିଥିଲା ଏହି ରାଜ୍ୟରେ  । ୨୦୦୧ରେ ଗୁଜରାଟର ସର୍ବାଧିକ କ୍ଷୟକ୍ଷତି ହୋଇଥିଲା  । ଏଥିରେ ୧୩,୮୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ସୂଚନାଥାଉ କି, ରାଜ୍ୟ ବିପଦ ପ୍ରବନ୍ଧନ ପ୍ରାଧୀକରଣ ମୁତାବକ ଗୁଜରାଟରେ ଭୂକମ୍ପ ବିପଦ ସର୍ବାଧିକ ରହିଛି ।

Leave A Reply

Your email address will not be published.