Latest Odisha News

ଜାଡ଼ ଭାଙ୍ଗି ଦେଉଛି ହାଡ଼: ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ଶୀତ ଲହରି

ଭୁବନେଶ୍ୱର: ଶୀତ ଚାଦର ଭିତରେ ଥରୁଛି ଓଡ଼ିଶା । ପାରଦ ଖସୁଛି । ବଢୁଛି ଥଣ୍ଡା । ରାଜ୍ୟରେ ପ୍ରବଳ ଶୀତ ଲହରି । ଫୁଲବାଣୀରେ ୪ଡିଗ୍ରୀକୁ ଖସିଛି ସର୍ବନିମ୍ନ ତାପମାତ୍ରା । ଅନୁଗୁଳରେ ତୀବ୍ର ଶୀତ ଲହରି । ଏନେଇ ପାଣିପାi ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳ ସମେତ ଛଅଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ବି ପ୍ରବଳ ଶୀତ ଲହରି ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଆଜି ୧୦ ଡିଗ୍ରୀ ସେଲସିୟସ୍ ତଳେ ରାଜ୍ୟରେ ୧୨ଟି ସହରର ସର୍ବନିମ୍ନ ତାପମାତ୍ରା ରହିଛି । ଫୁଲବାଣୀରେ ସବୁଠୁ କମ୍ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗିବାଡ଼ିରେ ୫.୫, ଅନୁଗୁଳ ୬, କୋରାପୁଟ ୬.୬, ଝାରସୁଗୁଡ଼ା ୭.୫ ଓ ଭବାନୀପାଟଣାରେ ପାରଦ ରହିଛି ୭.୨ ଡିଗ୍ରୀ ସେଲସିୟସ୍ ।

ବାରିପଦାରେ ୮.୫, ବଲାଙ୍ଗିର ୮.୮, ଟିଟିଲାଗଡ଼ ୯, ସୋନପୁର ୯.୨, କେନ୍ଦୁଝର ୯.୩ ଓ ବୌଦ୍ଧରେ ରେକର୍ଡ ହୋଇଛି ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା । କଟକରେ ୧୦..୫ ଓ ଭୁବନେଶ୍ୱରରେ ପାରଦ ୧୧.୭ ଡିଗ୍ରୀ ସେଲସିୟସକୁ ଖସିଛି ।

Leave A Reply

Your email address will not be published.