Latest Odisha News

ପୁରୀଠାରୁ ୭୪୦ କି.ମି. ଦୂରରେ ଭୀଷଣ ବାତ୍ୟା ‘ଅସାନି’

ଉପକୂଳ ମୁହାଁ ହେଲେ ବି ଓଡ଼ିଶା ଆସିବନି ଅସାନି

ଭୁବନେଶ୍ୱର: ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା ଅସାନି । ଭୀଷଣ ରୂପ ଧାରଣ କରିଛି । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା । ଏବେ ପୁରୀ ଉପକୂଳରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଭୀଷଣ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଆଗକୁ ବଢୁଛି ।

ଆସନ୍ତାକାଲି ସନ୍ଧ୍ୟା ବେଳକୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସମୁଦ୍ର ଭିତରେ ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବ ବାତ୍ୟା । ଏହାପରେ ଗତିପଥ ପରିବର୍ତ୍ତନ କରିବ ବାତ୍ୟା । ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଆଗକୁ ବଢ଼ିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେବ ।

ବାତ୍ୟା ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କୌଣସି ଉପକୂଳରେ ଲାଣ୍ଡଫଲ୍ କରିବ ନାହିଁ । ସମୁଦ୍ର ଭିତରେ ଦୁର୍ବଳ ପଡ଼ିବ ।ଏହାର ପ୍ରଭାବରେ ଆଜି ସମୁଦ୍ର ଭିତରେ ଘଣ୍ଟାପ୍ରତି ପବନର ବେଗ ୧୦୫-୧୧୫ ଓ ଝଟକା ପବନର ବେଗ ବଢଞି ୧୨୫ କିଲୋମିଟର ଛୁଇଁପାରେ । କାଲି ସକାଳେ ପବନର ବେଗ କମିବ ।

୧୧ ଓ ୧୨ ତାରିଖରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ଓ ସର୍ବାଧିକ ୬୦ କିଲୋମିଟର ଯାଏ ରହିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ପବନ ହେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ମନା ।

Leave A Reply

Your email address will not be published.