Latest Odisha News

BREAKING NEWS

ଫିଲ୍ମ ‘ଡଙ୍କି’ ପାଇବା ପାଇଁ ରାଜକୁମାର ହିରାନୀଙ୍କ ଘର ଆଗରେ ବସିଥିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍ ଶାହାରୁଖ ଖାନ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୨ତାରିଖରେ ରିଲିଜ୍ ହେବ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ଶାହାରୁଖଙ୍କ ଫିଲ୍ମ ପଠାନ ଓ ଯବାନର ସଫଳତା ପରେ ଏବେ ‘ଡଙ୍କି’ ଉପରେ ରହିଛି ସମସ୍ତଙ୍କ ନଜର । ବର୍ଷ ଆରମ୍ଭରୁ ବଲିଉଡର କିଙ୍ଗ ଶାହରୁଖ ଖାନ୍ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ବେଳେ ଏବେ ‘ଡଙ୍କି’ର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।

ତେବେ ଏସବୁ ଭିତରେ ଏହି ଫିଲ୍ମ କିଭଳି ମିଳିଥିଲା ସେ ବିଷୟରେ ଶାହାରୁଖ ନିଜେ କହିଛନ୍ତି । ଏକ୍ସରେ ‘ଆସ୍କଏସଆରକେ ସେସନ’ ସମୟରେ ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଏଥର ରାଜକୁମାର ହିରାନୀ ସାର୍ ଆପଣଙ୍କୁ ଫିଲ୍ମ ଦେଇଥିଲେ ନା ଆପଣ ତାଙ୍କୁ ଫିଲ୍ମ ମାଗିଥିଲେ । ଉତ୍ତରରେ ଶାହରୁଖ ମଜାଳିଆ ଢଙ୍ଗରେ କହିଥିଲେ, ମୁଁ ରାଜକୁମାର ହିରାନୀଙ୍କ ଘର ସାମ୍ନାରେ ଏକ ଟେଣ୍ଟ କରି ବସି ରହିଥିଲି । ସେଠାରେ କାହାଣୀ ଶୁଣିବା ସହ ଫିଲ୍ମ ଗ୍ରହଣ କରିିଥିଲି । ଏବେ ଫିଲ୍ମର ଏଡିଟିଂ ବି ସେଠି ହେଉଛି ।

Leave A Reply

Your email address will not be published.