Latest Odisha News

BREAKING NEWS

ବାଲକୋନୀକୁ ଆସି ଇଦ୍‌ର ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଆଜି ସମଗ୍ର ଦେଶରେ ଇଦ୍ ପାଳନ ହେଉଛି । ଏ ନେଇ ବଲିଉଡରେ ମଧ୍ୟ ବହୁତ ଉତ୍ସାହ ଦେଖାଦେଇଛି । ଗୋଟିଏ ପଟେ ସଲମାନ ଖାନ ଆମୀର ଖାନଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଶାହାରୁଖ ଖାନ ବାଲକୋନୀକୁ ଆସି ତାଙ୍କ ପ୍ରଶଂସକଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରତ୍ୟେକ ଇଦ୍‌ରେ ଶାହାରୁଖ ତାଙ୍କ ଘରର ବାଲକୋନୀକୁ ଆସି ପ୍ରଶଂସକଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଥାନ୍ତିି । ପ୍ରଶଂସକମାନେ ମଧ୍ୟ ଏହି ମୁହୂର୍ତ୍ତର୍କୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ସେମାନଙ୍କର ପ୍ରିୟ ତାରକାଙ୍କୁ ଟିକେ ଦେଖିବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ବାହାରେ ଅପେକ୍ଷା ମଧ୍ୟ କରିଥାନ୍ତି । ଏଥର ମଧ୍ୟ ଶାହାରୁଖ ଖାନ ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ । ପ୍ରତ୍ୟେକ ଥର ଭଳି ଘରର ବାଲକୋନିକୁ ଆସି ପ୍ରଶଂସକଙ୍କୁ ନମସ୍କାର କରିବା ସହ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.