Latest Odisha News

ପୁଅ ଆର୍ୟନ ସହ ୨ ମିନିଟ କଥା ହେଲେ ଶାହାରୁଖ

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ତାଙ୍କୁ ଆଜି ଯାଏ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଆଜି ପୁଅ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ । ଆର୍ୟନ ସହ ସେ ଦୁଇ ମିନିଟ କଥା ହୋଇଥିବା ସୂଚନା ମିଳିଛି । ଏନସିବି ଟିମ୍ ଜେରା କରିବା ବେଳେ ଆର୍ୟନ କାନ୍ଦି ପକାଉଥିବା କୁହାଯାଉଛି ।

ଏଭଳି ସ୍ଥିତିରେ ପୁଅ ସହ ଫୋନ୍ ଯୋଗେ ଶାହରୁଖ କଥା ହୋଇଥିବା ଏନସିବି ପକ୍ଷରୁ ସୂଚନା ମିଳିଛି । ଆଇନ ଅନୁସାରେ ଏନସିବି ଲ୍ୟାଣ୍ଡଲାଇନ ଫୋନରୁ ବାପାଙ୍କ ସହ ଆର୍ୟନ ଦୁଇ ମିନିଟ କଥା ହୋଇଛନ୍ତି । ପୁଅକୁ ଆଶ୍ୱାସନା ଦେଇଛନ୍ତି ଶାହାରୁଖ ।

ଚର୍ଚ୍ଚା ହେଉଛି ଆର୍ୟନକୁ ଜେରା ବେଳେ ଏନସିବି ଟିମ୍ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି । ଆର୍ୟନ ୪ ବର୍ଷ ହେବ ଡ୍ରଗ୍ସ ନେଉଥିବା କୁହାଯାଉଛି । ଦେଶ ବାହାରେ ୟୁକେ ଓ ଦୁବାଇ ସମେତ ଅନ୍ୟ କିଛି ଦେଶରେ ସେ ଡ୍ରଗ୍ସ ନେଇଥିବା ଜାଣିବାକୁ ପାଇଛି ଏନସିବି । ଆର୍ୟନ ଓ ଅର୍ବାଜ ୧୫ ବର୍ଷ ହେବ ସାଙ୍ଗ ହେଉଛନ୍ତି । ଏପରିକ ଡ୍ରଗ୍ସ ବେପାରୀଙ୍କ ସହ ସେମାନଙ୍କର ସମ୍ପର୍କ ଥିବା କୁହାଯାଉଛି ।

Leave A Reply

Your email address will not be published.