ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ତାପସୀ ପନ୍ନୁଙ୍କ ଡଙ୍କି ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଇତି ମଧ୍ୟରେ ଡଙ୍କି ଫିଲ୍ମରେ ଶାହାରୁଖ ଓ ତାପସୀଙ୍କ ଲୁକ ଲିକ ହୋଇଛି । ଏହା ଯେପରି ଲିକ ନ ହେବ ସେଥିପ୍ରତି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଲଣ୍ଡନରେ ଶୁଟିଂ ଅବସରରେ ଏହା ଲିକ ହୋଇଛି । ଫଟୋରେ ଶାହାରୁଖ ତଳେ ବସିଥିବା ବେଳେ ତାପସୀ ତାଙ୍କୁ ଦେଖୁଛନ୍ତି । ବର୍ଡର ଇମିଗ୍ରେଶନ ଉପରେ ଏହି ଫିଲ୍ମ ଅଧାରିତ । କିପରି କେତେକ ଏଜେନ୍ସି କାନାଡାକୁ ନେବା ପ୍ରଲୋଭନ ଦେଖାଇ ଯୁବଗୋଷ୍ଠୀଙ୍କୁ ଫସାଉଛନ୍ତି ତାହା ଏଥିରେ ସମ୍ପୂର୍ଣ୍ଣ ଭାବେ ହିରାନୀଙ୍କ ଷ୍ଟାଇଲରେ ନିର୍ମାଣ କରାଯାଉଛି । ଜିୟୋ ଷ୍ଟୁଡିୟଜ, ରେଡ ଚିଲ୍ଲିଜ ଏଂଟରଟେନମେଂଟ ଓ ରାଜକୁମାର ହିରାନୀ ଫିଲ୍ମସ ମିଳିତ ଭାବେ ଏହାକୁ ପ୍ରେଜେଂଟ କରୁଛନ୍ତି । ଡିସେମ୍ବର ୨୦୨୩ରେ ଏହା ରିଲିଜ ହେବ । ଫିଲ୍ମର କାହାଣୀ ହିରାନୀ, ଅଭିଜିତ ଯୋଶୀ ଓ କନିକା ଢ଼ିଲୋଁ ଲେଖିଛନ୍ତି ।
BREAKING NEWS
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
- କିସ୍ତୱାଡ଼ରେ ସେନା-ଜୈସ୍ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍ ସେବା ବନ୍ଦ
- Delhi Summit: କି ପ୍ଲାନ୍ କରୁଛନ୍ତି ପିଏମ୍ ମୋଦି?, ଦିଲ୍ଲୀକୁ ଛୁଟିଛି ଇସଲାମିକ ରାଷ୍ଟ୍ରନେତାଙ୍କ ସୁଅ
- ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର
- ED Summons Sand Mafia: ବାଲି ମାଫିଆଙ୍କୁ ଇଡି ସମନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
- Paddy Smuggle: ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ
Comments are closed.