Latest Odisha News

BREAKING NEWS

ପାର୍ଥ ଚାଟାର୍ଜୀଙ୍କ ପାଇଁ ଟିଏମସି କବାଟ ଖୋଲା, ଯଦି ସେ.. : ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଅନିୟମିତତାରେ ଫସି ଇଡି ଦ୍ୱାରା ଗିରଫ ହେବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରୁ ପାର୍ଥ ଚାଟାର୍ଜୀଙ୍କୁ କାଢ଼ି ଦେଇଛନ୍ତି । ପାର୍ଥ ପଶ୍ଚିମବଙ୍ଗ ସରକାରରେ ଉଦ୍ୟୋଗ, ବାଣିଜ୍ୟ ଏବଂ ଆଇଟ ମନ୍ତ୍ରୀ ରୂପେ ମନ୍ତ୍ରୀଙ୍କ କ୍ୟାବିନେଟରେ ଥିଲେ ।

ପାର୍ଥଙ୍କୁ କ୍ୟାବିନେଟରୁ ବିତାଡ଼ିତ କରିବା ପରେ ମମତା ଏବଂ ସାଧାରଣ ସମ୍ପାଦକ ତଥା ଡାଏମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ପ୍ରେସ ସମ୍ମିଳନୀ କରିଥିଲେ । ପାର୍ଥଙ୍କୁ ଦଳରୁ ନିଲମ୍ବନ ଏବଂ ମନ୍ତ୍ରୀ ପଦରୁ ବହିଷ୍କାର ସୂଚନା ଦେବା ସହ ତଦନ୍ତ ବିଷୟ ଉପରେ ସୂଚନା ଦେଇଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ପାର୍ଥ ଦଳକୁ ପୁଣି ଫେରି ପାରିବେ ବୋଲି ଅଭିଷେକ କହିଛନ୍ତି । ଯଦି ଇଡି ତଦନ୍ତରୁ କ୍ଲିନ ଚିଟ୍ ଏବଂ କୋର୍ଟରେ ଦୋଷମୁକ୍ତ ପ୍ରମାଣିତ ହୁଅନ୍ତି । ତେବେ ପାର୍ଥ ସସମ୍ମାନେ ଦଳକୁ ଫେରି ପାରିବେ ବୋଲି ଅଭିଷେକ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି । ଏହି କଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୋହରାଇଛନ୍ତି ।

ବୁଧବାର ପଶ୍ଚିମବଙ୍ଗ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଘୋଡ଼ା ବେପାର ମନ୍ତବ୍ୟକୁ ହସି ଉଡ଼ାଇ ଦେଇଛନ୍ତି ଅଭିଷେକ । ମିଥୁନ କହିଥିଲେ ଯେ, ଟିଏମସିର ୩୮ ଜଣ ସାଂସଦ ବିଜେପି ଏବଂ ମିଥୁନଙ୍କ ସଂପର୍କରେ ଅଛନ୍ତି । ଯେଉଁମାନେ ଦଳ ତ୍ୟାଗ କରିବାକୁ ରାଜି ଅଛନ୍ତି ।

ଏହାର ଉତ୍ତରରେ ଅଭିଷେକ କହିଛନ୍ତି ଯେ, ମିଥୁନ ଦା ରାଜ୍ୟରେ କେତେ ଜିଲ୍ଲା ଆଉ ବିଧାନସଭା ଆସନ ଅଛି କହିପାରିବେନି । ହେଲେ ସେ ୩୮ଟି ବିଧାୟକ ତାଙ୍କ ସଂପର୍କରେ ଥିବା କଥା କହୁଛନ୍ତି । ଯାହା ହାସ୍ୟାସ୍ପଦ । ସେ କେବଳ ଏହା ଜଣାଇବାକୁ ଚାହୁଁଛନ୍ତି ଯେ, ସେ ଜଣେ ବଡ଼ ନେତା ହୋଇଯାଇଛନ୍ତି । ଯାହା ଲୋକଙ୍କ ପକ୍ଷେ ମାନିବା ସମ୍ଭବ ନୁହେଁ ।

Leave A Reply

Your email address will not be published.