Latest Odisha News

ଫ୍ରଡ୍ କେସରେ ଫସିଲେ ଗୌରୀ : ନୋଟିସ୍ ପଠାଇଲା ଇଡି

ମୁମ୍ବାଇ : ଯଦି ଆମେ ବଲିଉଡ୍ ର  କିଛି ପପୁଲାର୍ ଯୋଡିଙ୍କ ବିଷୟରେ କହିବା ତେବେ ଶାହରୁଖ୍  ଏବଂ ଗୌରୀଙ୍କ ନାଁ ପ୍ରଥମେ ଆସିବ  । ଅନେକ ସମୟରେ ଉଭୟଙ୍କ ଯୋଡିକୁ ନେଇ ଚର୍ଚ୍ଚା କରାଯାଏ  । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ  । ବିବାଦରେ ଛନ୍ଦି ହୋଇଛନ୍ତି  କିଙ୍ଗଖାନଙ୍କ ପତ୍ନୀ ଗୈାରୀ ଖାନ୍ । କାରଣ ଗୈାରୀଙ୍କୁ ନୋଟିସ ପଠାଇଛି ଇଡି । ଲକ୍ଷୌସ୍ଥିତ ରିଅଲ ଇଷ୍ଟେଟ୍ କମ୍ପାନୀ ତୁଲସିଆନି ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ ମିଳିଛି ।  ୨୦୧୫ ମସିହାରେ ଏହି କମ୍ପାନୀ ତାଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର କରିଥିଲେ ।

ଏବେ ଏହି କମ୍ପାନୀ ବ୍ୟାଙ୍କର ପ୍ରାୟ ୩୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି  ।  ଏହି କମ୍ପାନୀର ସ୍କାନରରେ ଗୈାରୀ ଖାନ ମଧ୍ୟ ଆସୁଛନ୍ତି । ସେ ଜଣେ ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ତାଙ୍କ ବିବୃତ୍ତି ନିଆଯିବ । ସେଥିପାଇଁ ଏହି ନୋଟିସ ଜାରୀ କରାଯାଇଛି । ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଗୌରୀଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନି  । ତାଙ୍କୁ ବ୍ରାଣ୍ଡ ଆମ୍ବାସେଡର ଭାବେ କମ୍ପାନୀ କେତେ ଟଙ୍କା ଦେଇଥିଲା , ତାର ମଧ୍ୟ ଯାଞ୍ଚ କରାଯିବ  । ଚଳିତ ବର୍ଷ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଯେତେବେଳେ ଗୈାରୀ ଖାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଅଭିଯୋଗକାରୀ କେବଳ ଏହି କମ୍ପାନୀ ବିରୋଧରେ ଏଫଆଇଆର ଦାଖଲ କରିନାହାଁନ୍ତି, ସିଏମଡି ଏବଂ ନିର୍ଦ୍ଦେଶକଙ୍କ ସହ ଗୈାରୀ ଖାନଙ୍କ ବିରୋଧରେ ମଧ୍ୟ ଠକେଇ ମାମଲା ପଞ୍ଜିକୃତ ହୋଇଛି । ଗୈାରୀ ଖାନଙ୍କୁ ତାଙ୍କ ଓକିଲଙ୍କ ଜରିଆରେ ନୋଟିସକୁ ଜବାବ ଦେବାକୁ ପଡିବ । ଯଦି ଇଡି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି । ତେବେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯିବାକୁ ପଡିପାରେ ।

Leave A Reply

Your email address will not be published.