Latest Odisha News

BREAKING NEWS

ଫିଲ୍ମ ‘ଜର୍ସି’ ପାଇଁ କ୍ରିକେଟ୍‌ ମଇଦାନରେ ସାହିଦ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସାହିଦ କପୁର ଆଜିକାଲି ‘ଜର୍ସି’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସାହିଦ୍‌ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାହିଦ କପୁର ତାଙ୍କର ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରନ୍ତି। ତାଙ୍କର ଅଭିନୟ ଶୈଳୀ ସବୁବେଳେ ପ୍ରଶଂସକଙ୍କ ହୃଦୟ ଜିତି ଆସିଛି। ଏଥର ସାହିଦ୍‌ ଜଣେ କ୍ରିକେଟର ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି।

ନିକଟରେ ସାହିଦ୍‌ କ୍ରିକେଟ୍ ଅଭ୍ୟାସକୁ ଯାଉଥିବା ସମୟର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଉକ୍ତ ଫଟୋରେ ସୁରକ୍ଷା ପାଇଁ ସେ ଗ୍ଲୋଭ୍‌ସ ଏବଂ ପ୍ୟାଡ୍ ଲଗାଇଥିବା ଦେଖିବାକୁ ମିଳିଛି। ଫଟୋରେ ସାହିଦ ବର୍ତ୍ତମାନଠାରୁ ଫିଲ୍ମର ଚରିତ୍ରରେ ନିଜକୁ ଅବତରଣ କରିଥିବା ନଜର ଆସିଛନ୍ତି। ସେ ଜଣେ ଯୁବ କ୍ରିକେଟର ପରି ଦେଖାଯାଉଛନ୍ତି। ସାହିଦ କପୁର ତାଙ୍କର ଏହି ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି- ଜର୍ସିର ପ୍ରସ୍ତୁତି, ଦେ ଧନା ଧନ୍‌। ତେବେ କ୍ରିକେଟ୍‌ ମଇଦାନରୁ ତାଙ୍କର ଏହି ଫଟୋ ପ୍ରଶଂସକଙ୍କ ଉତ୍ସାହ ବଢାଇବାରେ ସାହାଯ୍ୟ କରିଛି।

Comments are closed.