Latest Odisha News

BREAKING NEWS

ବଳ ଗୋଟାଉଛି ବିଜେପି: ଦଳରେ ମିଶିଲେ ବିଜେଡି ଯୁବ ସଭାପତି ସମରେଶ ବେଉରାଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ଏକାମ୍ର ନିର୍ବାଚନର ବିଜେଡି ନେତା ଜୟ ପ୍ରକାଶ ଦଳାଇଙ୍କ ସମେତ ବହୁ କର୍ମୀ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ବିଜୟ ପାଲ ସିଂ ତୋମାର, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉତ୍ତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଓଡଶାବାସୀ ପରିବର୍ତ୍ତନ ମୁହାଁ । ଏଥିଲାଗି ବିଜେପିର ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ପରିବାରରେ ଯୋଗ ଦେଉଛନ୍ତି । ଓଡିଶାରେ ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । “କେନ୍ଦ୍ରରେ ମୋଦି ସରକାର” ଓ “ଓଡ଼ିଶାରେ ବିଜେପିର ସରକାର” ଗଠନ ଦିଗରେ ଆପଣମାନଙ୍କ ଯୋଗ ଦାନ ସହାୟକ ହେବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.