Latest Odisha News

BREAKING NEWS

ଆମେରିକାରେ ଖେଳିବ ଶାହରୁଖଙ୍କ ନାଇଟ୍ ରାଇଡର୍ସ !

ଭୁବନେଶ୍ୱର: ଭାରତର କ୍ରିକେଟ୍ ତୁଳନାରେ ଆମେରିକାର ସ୍ଥାନ ନଗଣ୍ୟ । ତଥାପି ଆମେରିକାରେ ଖେଳିବ କିଙ୍ଗଖାନ ଶାହରୁଖଙ୍କ ନାଇଟ୍ ରାଇଡର୍ସ କ୍ରିକେଟ୍ ଦଳ । ଏଥିପାଇଁ ଶାହରୁଖ ଅଧାରୁ ଅଧିକ ପ୍ରସ୍ତୁତି ସାରିବା ସହ ଆମେରିକାରେ ନିଜର ଏକ କ୍ରିକେଟ୍ ଟିମ୍ ଗଠନ କରିଛନ୍ତି ।

ଖୁବଶୀଘ୍ର ଆମେରିକା କ୍ରିକେଟ୍ ବୋର୍ଡ ଏକ କ୍ରିକେଟ୍ ପ୍ରିମିୟର ଲିଗର ଆୟୋଜନ କରିବାକୁ ଯାଉଛି । ଏଥିରେ ଆମେରିକାର ଜଣାଶୁଣା ସହରରୁ ୬ଟି ଟିମ୍ ଗଠନ ହେବ । ଯେଉଁଥରେ ସାମିଲ ଅଛି ନ୍ୟୁୟର୍କ, ସାନ୍ ଫ୍ରାନ୍ସିସ୍କୋ, ୱାଶିଂଟନ୍ ଡିସି, ଚିକାଗୋ, ଡଲାସ୍ ଓ ଲସ୍ ଏଂଜେଲିସ୍ ଭଳି ସହର ।

ଖବର ମିଳିଛି ଶାହରୁଖ ଲସ୍ ଏଂଜେଲିସ ଫ୍ରାଂଚାଇଜି କିଣିବା ସହ ଏହାକୁ “LA Night Riders” ଭାବେ ନାମିତ କରିଛନ୍ତି । ଏହି ଦଳର ନାମକରଣ ଆଇପିଏଲରେ ଖେଳୁଥିବା କୋଲକାତା ନାଇଟ୍ ରାଇଡର୍ସ ଉପରେ ଆଧାରିତ । ଭାରତ ବାହାରେ କେବଳ ଆମେରିକା ନୁହେଁ ବରଂ କାରିବିଆନ୍ ପ୍ରିମିୟର ଲିଗରେ ବି ଟ୍ରିନ୍‌ବାଗୋ ନାଇଟ୍ ରାଇଡର୍ସ ଭାବେ ଶାହରୁଖଙ୍କର ଆଉ ଏକ କ୍ରିକେଟ୍ ଦଳ ଖେଳିଆସୁଛି ।

ଆମରିକାରେ ଆୟୋଜିତ ହେବାକୁ ଥିବା କ୍ରିକେଟ୍ ପ୍ରତିଯୋଗୀତାକୁ ୟୁଏଇ ସହ ଜଡିତ ଥିବା ଆମେରିକାନ୍ କ୍ରିକେଟ୍ ଏଣ୍ଟରପ୍ରାଇଜ ଆୟୋଜନ କରିବ । ୨୦୨୨ରେ ଆଇପିଏଲ୍ ପରେ ଅନୁଷ୍ଠିତ ହେବ ଆମେରିକାନ୍ ପ୍ରିମିୟର ଲିଗ୍ । ଏହି କ୍ରିକେଟ୍ ଲିଗ୍‌ରେ ଆମେରିକୀୟ ସମେତ ଅନ୍ୟ ଦେଶର ଖେଳାଳି ମଧ୍ୟ ଭାଗ ନେବେ ।

Leave A Reply

Your email address will not be published.