Latest Odisha News

BREAKING NEWS

୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ବର୍ଷ ଥିଲା: ପାଣିପାଗ ବିଭାଗ

ନୂଆଦିଲ୍ଲୀ: ୧୯୦୧ ମସିହା ପରେ ୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ଅନୁଭୁତ ହୋଇଥିବା ବର୍ଷ ଥିଲା। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ୨୦୨୨ରେ ଭୁପୃଷ୍ଠରେ ପ୍ରବାହିତ ବାୟୁର ବାର୍ଷିକ ହାରାହାରୀ ତାପମାତ୍ରା ଏକ ଦୀର୍ଘକାଳୀନ ହାରାହାରୀ ତାପମାତ୍ରା ଠାରୁ ୦.୫୧ ଡିଗ୍ରୀ ସେଲ୍‌ସିୟସ ଅଧିକ ଥିଲା। ଅର୍ଥାତ୍ ୧୯୮୧ ରୁ ୨୦୧୦ ମଧ୍ୟରେ ରେକର୍ଡ କରାଯାଇଥିବା ହାରାହାରି ତାପମାତ୍ରାଠାରୁ ୨୦୨୨ ଏକାକି ତାପମାତ୍ରା ଅଧିକ ଥିଲା।

BjdElectrycity

ତେବେ ୨୦୨୨ର ତାପମାତ୍ରା ୨୦୧୬ ଠାରୁ କମ୍। କାରଣ ୨୦୧୬ରେ ଭୁପୃଷ୍ଠ ପ୍ରବାହିତ ବାୟୁର ତାପମାତ୍ରା ୦.୭୧ ଡିଗ୍ରୀ ସେଲ୍‌ସିୟସ୍ ଥିଲା।  ୨୦୨୨ ଶୀତ ସମୟ ଜାନୁଆରୀ-ଫେବ୍ରୁଆରୀରେ ଚାପମାତ୍ରା ବିଯୁକ୍ତ ୦.୦୪ ଥିଲା। ସେହିପରି ମୌସୁମୀ ଛୁଇଁବା ପୂର୍ବରୁ(ମାର୍ଚ୍ଚ-ମଇ) ତାପମାତ୍ରା ୧.୦୬ ଡିଗ୍ରୀ ସେଲସିୟସ୍ ସହ ସମାନ୍ୟ ତାପାମାତ୍ରା ଠାରୁ ଅଧିକ ଥିଲା।

ସେହିପରି ୨୦୨୨ ବୃଷ୍ଟିପାତ ନେଇ ମଧ୍ୟ ପାଣିପାଗ ବିଭାଗ ରିପୋର୍ଟ ଦେଇଛି। ୧୯୭୧-୨୦୨୦ର ଦୀର୍ଘକାଳୀନ ହାରାହାରି ଅବଧି ଆଧାରିତ ରିପୋର୍ଟ ଅନୁଯାୟୀ  ୨୦୨୨ରେ ୧୦୮ ପ୍ରତିଶତ ବର୍ଷା ହୋଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସୂଚନା ଦେଇ ପାଣିପାଗ ବିଭାଗ କହିଛି ୨୦୨୨ରେ ୧୫ଟି ଘୂର୍ଣ୍ଣିଝଡ଼ ଜନିତ ସମସ୍ୟା ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ, ୩ଟି ଘୂର୍ଣ୍ଣିଝଡ଼ ଏବଂ, ୧୨ ଲଘୁଚାପ ଉତ୍ତର ହିନ୍ଦମହାସାଗରରେ ସଂଗଠିତ ହୋଇଥିଲା। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରକୃତି କରାଳ ରୂପ ଯଥା କେଉଁଠି ବନ୍ୟା ତ କେଉଁଠି, ବାତ୍ୟା, କାଳବୈଶାଖୀ, ବଜ୍ରପାତ, ଭୂସ୍ଖଳନ ଓ ମୁରଡି ଦେଖିବାକୁ ମିଳିଥିଲା ବୋଲି ପାଣିପାଗ ବିଭାଗ କହିଛି।

 

Leave A Reply

Your email address will not be published.