Latest Odisha News

BREAKING NEWS

ରୌଦ୍ର ରୂପରେ ଆସୁଛନ୍ତି ‘ଶଙ୍କର’: ଗଣେଷ ପୂଜାରେ କରିବେ ଭରପୂର ମନୋରଞ୍ଜନ

ଭୁବନେଶ୍ୱର: ଅନେକ ଦିନ ପରେ ଓଡ଼ିଆ ଦର୍ଶକଙ୍କ ଅପେକ୍ଷାର ଅନ୍ତଃ ଘଟିଛି | ଏସ. ଡି. ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶଙ୍କର ” | ଏହି ସିନେମାରେ ଜବରଦସ୍ତ ଆକ୍ସନ, ରୋମାନ୍ସ , କମେଡିରେ ଭରିରହିଥିବା ବେଳେ ସସ୍ପେନ୍ସ ମଧ୍ୟ ରହିଛି  । ଏଭଳି ଏକ ରହସ୍ୟମୟ କାହାଣୀ ସମ୍ପୂର୍ଣ୍ଣ ନିଆରା ଓ ଭିନ୍ୟ ସ୍ୱାଦର ହୋଇଥିବାରୁ ଦର୍ଶକଙ୍କ ମନ କିଣିବ ବୋଲି ଆଶା କରାଯାଉଛି l

ଓଲିଓଡ଼ର ମେଗା ଷ୍ଟାର “ସିଦ୍ଧାନ୍ତ ମହାପାତ୍ର”, କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର “ସାବତ ପୁଅ” ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ରର କାହାଣୀକୁ ବେଶ ଗତିଶୀଳ କରିଛନ୍ତି । ଏଥି ସହିତ ନଜରକୁ ଆସିଛନ୍ତି ରୋମାଣ୍ଟିକ ଯୋଡି ଦେବା ଓ ଦିବ୍ୟା  l ଯାହାକି ଏବେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l ଏହି କାହାଣୀରେ “ଦେବା”, ସିଦ୍ଧାନ୍ତ ମହାପାତ୍ର ଙ୍କ ସାନ ଭାଇ ଭୂମିକାରେ ଏକ ବିନ୍ଦାସ ଚରିତ୍ରରେ ଅତି ଚମତ୍କାର ଓ ନିଖୁଣ ଅଭିନୟ କରିଥିବାବେଳେ “ଦିବ୍ୟା” ଏକ ସରଳ ଓ ସୁଧାର ଜୀବନ ଜିଉଁଥିବା ସ୍କୁଲ ଶିକ୍ଷୟତ୍ରୀ ଭୂମିକାକୁ ଜବରଦସ୍ତ ପ୍ରତିପାଦନ  କରୁଥିବାର ନଜର ଆସିବେ l “ଦେବା”, ନିଶାକୁ ତା ଜୀବନର ସର୍ବସ୍ଵ ଭାବି ନିଜ ଆନ୍ଦାଜରେ ଚାଲୁଥିବାବବେଳେ ଦେଖାହୁଏ ଦିବ୍ୟା ସହିତ l ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସନ୍ତି l ବଦଳିଯାଏ ଦେବାର ଜୀବନ ଶୈଳୀ l

ସେପଟେ ମୁଖ୍ୟ ଭୂମିକାରେ ଶୀର୍ଷକ ଅଭିନୟ କରୁଥିବା ମହାନାୟକ ସିଦ୍ଧାନ୍ତ ମହାପାତ୍ର ସବୁଥର ଭଳି ଏଥର ମଧ୍ୟ ଏକ ନିଆରା ଢଙ୍ଗରେ ପରଦାକୁ ଆସିବେ | ଷଡ଼ଯନ୍ତ୍ରର ଶିକାର ହୋଇ ଜେଲ୍ ଫେରନ୍ତା ବଡ ଭାଇ ଫେରିବା ପରେ ଦେଖିବାକୁ ପାଏ ଯେ ତା ପରିବାର ସମସ୍ୟା ଘେରରେ ଘାଣ୍ଟି ହେଉଛି ଓ ଭାଇ ତାର ବାଟବଣା ହୋଇଯାଇଛି | ଶଙ୍କର ହେଉଛି ଶିବଙ୍କର ଅନ୍ୟନାମ ଓ ସେ ସଂହାର କର୍ତ୍ତା ।  ସେମିତି ହିଁ ଏହି ସିନେମାରେ  ସଂହାରକ ରୌଦ୍ର ରୂପରେ ନଜର ଆସିବେ ବୋଲି ନିଜେ ସିଦ୍ଧାନ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି | ଏହି ସିନେମାଟି ପାରିବାରିକ ଓ ସାମାଜିକ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଥିବା ବେଳେ ଓଡ଼ିଶାର ପ୍ରତ୍ୟକଟି ଦର୍ଶକ ପରିବାର ସହିତ ବସି ଦେଖିପାରିବେ |

ଏ କାହାଣୀର ଅନ୍ୟ ଗୁରୁତ୍ୱପୂର୍ଣ ଚରିତ୍ରରେ ଶିବ, କୁନା ତ୍ରିପାଠୀ, କେ.କେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ, ନୁପୁର ଘୋଷ ପ୍ରମୁଖ ନଜର ଆସିବେ l ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିଲାବେଳେ, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ. ପାଢ଼ୀ l ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ l ବୈଦ୍ୟନାଥ ଦାଶ ସିନେମାଟିକୁ ସଂଗୀତରେ ସଜାଇଥିବା ବେଳେ ଉଦିତ ନାରାୟଣ, ଋତୁରାଜ ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ସୁବାଶିଷ ଓ ପ୍ରିୟଙ୍କା ପ୍ରମୁଖ କଣ୍ଠଦାନ କରିଛନ୍ତି l ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଥିବା ଏହି ସିନେମାଟି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଦାବି କରିବା ସହିତ ଖଳନାୟକ “କେ.କେ” ଓ ପୁରା ଟିମ୍ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟରେ ସିନେମା ଦେଖିବା ପାଇଁ ନିବେଦନ କରିଛନ୍ତି |

Leave A Reply

Your email address will not be published.