Latest Odisha News

BREAKING NEWS

ମମତାଙ୍କ ପ୍ରସ୍ତାବକୁ ମନା କରିଦେଲେ ଶରଦ, ଆସନ୍ତାକାଲି ଦିଲ୍ଲୀରେ ବୈଠକ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରତ ପାଓ୍ୱାର ହେବେ ରାଷ୍ଟ୍ରପତି ପ୍ରାର୍ଥୀ । ଏଭଳି ଏକ ଚର୍ଚ୍ଚା ଗତକାଲି ପାଖରୁ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଆଡେ ଏ ନେଇ ସମସ୍ତ ରଣନୀତି ପ୍ରସ୍ତୁତ କରିବା ସହିତ ବିରୋଧୀ ଦଳଙ୍କ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସଦ୍ୟ ସୂଚନା ଅନୁଯାୟୀ ଏପରି ପ୍ରସ୍ତାବକୁ ଶରଦ ପାଓ୍ୱାର ଖାରଜ କରି ଦେଇଛନ୍ତି। ଆଉ ସିଧାସିଧା କହିଛନ୍ତି, ତାଙ୍କର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଇଚ୍ଛା ନାହିଁ। ଯାହାକି ଏନଡିଏ କ୍ୟାମ୍ପକୁ ବେଶ ସୁହାଇଛି। କାରଣ ରାଜନୀତିରେ ଏହି ପୋଖତ ଚେହେରା ଶରଦ ପାଓ୍ୱାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଏନଡିଏରୁ ମଧ୍ୟ ଭୋଟ୍ କଟିବାର ଆଶଙ୍କା ମଧ୍ୟ ରହିଥିଲା ବୋଲି କୁହାଯାଉଛି।

BjdElectrycity

ଶରଦଙ୍କୁ ପ୍ରାର୍ଥୀ କରିବାକୁ କେବଳ ମମତା ନୁହନ୍ତି, ଖୋଦ୍ ଏନସିପିର ଜଣେ ନେତା ମଧ୍ୟ ପାଓ୍ୱାରଙ୍କୁ ରାଷ୍ଟ୍ରପତି କରିବାକୁ ଦାବି କରିଥିଲେ। ଏହାପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଶିବସେନା, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏପରି ପ୍ରସ୍ତାବକୁ ସମର୍ଥନ କରିବେ ବୋଲି ମଧ୍ୟ କହିଥିଲେ।

ସୋମବାର ପାଓ୍ୱାର ଏନସିପିର କ୍ୟାବିନେଟ୍ ସଦସ୍ୟଙ୍କ ସହ ବୈଠକ କରିଥିଲେ। ସେ କହିଥିଲେ, “ମୁଁ ରାଷ୍ଟ୍ରପତି ଦୌଡ଼ରେ ନାହିଁ, ମୁଁ ବିରୋଧୀ ଦଳର ପ୍ରାର୍ଥୀ ହେବି ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ପାଓୱାରଙ୍କୁ ସମର୍ଥନ ଜଣାଇଥିଲା। ଏହି ଅବସରରେ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ପାଓ୍ୱାର ମନା କରିଦେବା ପରେ ଏବେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଏବଂ ଜି-23 ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏହି ରେସରେ ସାମିଲ ହୋଇପାରନ୍ତି।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନ୍ 15 (ଆସନ୍ତାକାଲି) ଏକ ବୈଠକ ଡାକିଛନ୍ତି। ଏନସିପି ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଆବଶ୍ୟକ ପଡ଼ିଲେ ବିଜେପି ବିରୋଧରେ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଦେବାକୁ ବାନାର୍ଜୀଙ୍କ ଉଦ୍ୟମକୁ ଦଳ ବଳ ଯୋଗାଇବ। ସେ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବାକୁ ଚାହୁଁଛନ୍ତି, ଯାହା ଫଳରେ ବିଜେପି ପାଇଁ ବାଟ ସହଜ ହେବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.