Latest Odisha News

ଶରଦଙ୍କୁ ଝଟକା; ଅଜିତ ପାୱାରଙ୍କ ଗୋଷ୍ଠୀରେ ସାମିଲ ହେବେ କି ଜୟନ୍ତ ପାଟିଲ ?

ମୁମ୍ବାଇ: ଶରଦ ପାୱାରଙ୍କୁ ଝଟକା। ଅଜିତ ପାୱାର ଶାସକ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ ସାମିଲ ହେବା ନେଇ ଚାଲିଛି ଚର୍ଚ୍ଚା। ଶରଦ ପାୱାରଙ୍କ ଶିବିର ଛାଡ଼ି ଅଜିତଙ୍କ ଗୋଷ୍ଠୀରେ ସାମିଲ ହେବେ ଜୟନ୍ତ। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରତ୍ୟେକ ଦଳର ନେତା ନିଜ ନିଜର ଅଣ୍ଟା ଭିଡୁଥିବା ନଜର ଆସିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୟନ୍ତ ପାଟିଲ ଅଜିତ ପାୱାର ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ତାଙ୍କର ସମ୍ଭାବ୍ୟ ପଦକ୍ଷେପ ସମ୍ପର୍କରେ ବୈଠକ କରିଛନ୍ତି। କିନ୍ତୁ ଯେତେବେଳେ ପାଟିଲଙ୍କୁ ଏ ବାବଦରେ ପଚରାଯାଇଥିଲା ସେତେବେଳେ ସେ ଏଭଳି ପଦକ୍ଷେପ ନେବେ ନାହିଁ ବୋଲି କହିଥିଲେ। ଅଜିତ ପାୱାର ଯେବେଠାରୁ ଏନସିପିରେ ବିଦ୍ରୋହର ନେତୃତ୍ୱ ନେଇଛନ୍ତି ଏବଂ ତାଙ୍କ ଗୋଷ୍ଠୀ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ନାମ ତଥା ପ୍ରତୀକ ଭାବରେ ଦାବି କରିଆସୁଛନ୍ତି, ସେବେଠାରୁ ବିଧାୟକ ଦଳ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାରେ ବିଧାୟକ ଦଳର ନେତାଙ୍କ ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି।

ଜୟନ୍ତ ପାଟିଲ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭକରଙ୍କୁ ଅଜିତ ପାୱାର ଏବଂ ଏନସିପିର ଅନ୍ୟ ୮ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଦାବି କରି ଏକ ଚିଠି ଲେଖି ସାରିଛନ୍ତି। ସମ୍ପୃକ୍ତ ବିଦ୍ରୋହୀ ଗୋଷ୍ଠୀ ଉପରେ ଅଯୋଗ୍ୟତା ହେବାର ଆଶଙ୍କା ଥିବାରୁ ଅଧିକାଂଶ ଏନସିପି ବିଧାୟକ କୌଣସି ଦଳ ପ୍ରତି ଆଗ୍ରହ ଦେଖାଉନାହାଁନ୍ତି। ସେହିପରି ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥିତ ନରହିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.