Latest Odisha News

BREAKING NEWS

କଂଗ୍ରେସରେ ମିଶିଲେ ଶତୃଘ୍ନ ସିଂହ୍ନା, ପାଟଣା ସାହିବରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଅଭିନୟରୁ ରାଜନୀତି ଦୁନିଆରେ ପାଦଥାପିଥିବା ଶତୃଘ୍ନ ସିଂହା ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।

ଦଳରେ ସାମିଲ ହେବାର କିଛି ଘଣ୍ଟା ପରେ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ଲଢିବା ପାଇଁ କଂଗ୍ରେସ ବିହାରର ପାଟଣା ସାହିବ ଲୋକସଭା ନିର୍ବାଚନୀମଣ୍ଡଳରୁ ଟିକେଟ ଧରାଇଛି ।

ସୂଚନାଯୋଗ୍ୟ ବିଜେପି ସେହି ଆସନରୁ ଶତୃଘ୍ନଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ମଇଦାନକୁ ଓହ୍ଲାଇଛି । ବିଜେପିର ରବିଶଙ୍କର ପ୍ରସାଦଙ୍କ ସହ ଶତୃଘ୍ନ ସିଂହ୍ନାଙ୍କ କଡା ଟକ୍କର ହେବ ବୋଲି ରାଜନୀତି ବିଶେଷଜ୍ଞ ମାନେ କଳ୍ପନାଜଳ୍ପନା କରୁଥିବା ଜଣାପଡିଛି ।

ଏହାପରେ ଶତୃଘ୍ନ କଂଗ୍ରେସରେ ସାମିଲ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ପାଟଣା ସାହିବରୁ ଶତୃଘ୍ନଙ୍କ ସହ ଅନ୍ୟ ୪ ଜଣଙ୍କ ନାମ ଘୋଷଣା କରାଯାଇଛି ।

Leave A Reply

Your email address will not be published.