Latest Odisha News

ମୁନିଗୁଡା ରେଳଷ୍ଟେସନରେ ମାଲବାହୀ ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ରେଲୱେ ଷ୍ଟେସନ ନିକଟରେ ଶନିବାର ଦିନ ଏକ ମାଲଗାଡି ଟ୍ରେନର ୪ଟି ବଗିରେ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ନେଇ ଜଣାପଡିଛି । ଏହି ଖବର ଜଣାପଡିବା ପରେ ଟ୍ରେନକୁ ଅଟକା ଦିଆଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।

ତେବେ ଏଯାବତ୍ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.