Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା ୨୫-୦୪-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୫ ଗୁରୁବାର ମେଷ ୧୨ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଷଷ୍ଠି ଭୁକ୍ତ ସପ୍ତମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତ ବାର
ତୁଳା କୁମ୍ଭ ରାଶି ପୁରୁଷ ବୃଷ ମିଥୁନ ରାଶି ମହିଳାଙ୍କ ଘାତ ଚନ୍ଦ୍ର
ଆଜି: ପିତା ଓ ତାଳ ଖାଇବା ନିଷେଧ
ମେଷ
ଆଜି ଆପଣଙ୍କୁ ଦ୍ୱନ୍ଦ୍ୱ କଳହର ନିର୍ବିଶେଷରେ ଅର୍ଥପ୍ରାପ୍ତି କରାଇବ। ସରକାରୀ ସ୍ତରରେ ଅଟକି ରହିଥିବା କାମ କିମ୍ବା ବନ୍ଧୁ ଦେଇଥିବା ପ୍ରତଶ୍ରୁତି ଅବଶ୍ୟ ପାଳିତ ହେବ। ସାମାଜିକ ସ୍ତରରେ, ବିଶିଷ୍ଟ ବ୍ୟକ୍ତିମାନଙ୍କ ମାଧ୍ୟମରେ ଅଥବା ରାଜନୀତିରେ ବହୁ ଲୋକଙ୍କଠାରୁ ଆଦର ସମ୍ମାନ ପାଇବାର ଆଶା ରହିଛି।

ବୃଷ
କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ମିଳିବ। ହିତୈଷୀମାନଙ୍କ ଗହଣରେ ନିଜକୁ ହଜାଇ ଦେଇପାରନ୍ତି। ଆକସ୍ମିକ ଭାବେ ମତାନ୍ତରଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁ ସାମୟିକ ଦୁଃଖ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାମ ଏବଂ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି କରିବେ।

ମିଥୁନ
ଆଜି କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସାଙ୍ଗକୁ ଅର୍ଥ, ଉପହାର, ଉପଢୌକନାଦି ପ୍ରାପ୍ତ କରିପାରନ୍ତି। ଆଜି ସ୍ଥାନ,କାଳ,ପାତ୍ରାନୁସାରେ ଆଦର,ସମ୍ମାନର ଅଧିକାରୀ ହେବେ। ବନ୍ଧୁବର୍ଗଙ୍କ ସହାୟତାରେ ଅଭିଳଷିତ କର୍ମ ସମ୍ପାଦନ କରିବେ। ଯାତ୍ରା, ବ୍ୟବସାୟ, ସଭାସମିତି, ନୂତନ ଯୋଜନାର ଆଲୋଚନା କ୍ଷେତ୍ରରେ ସୁଫଳ ମିଳିବ।

କର୍କଟ
ଆଜି ଆପଣଙ୍କ ବନ୍ଧୁଙ୍କ ସହ ଆଲୋଚନା ବିତର୍କପୂର୍ଣ୍ଣ ରହିବ। ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରି ସମାଧାନର ବ୍ୟବସ୍ଥା କରିବେ। କର୍ମକ୍ଷେତ୍ରରେ କୈାଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଲେଖାପଢା, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ।

ସିଂହ
ଆଜି ଯାତ୍ରା, ବାଣିଜ୍ୟ ଓ ପରିବହନ
ଏସବୁ କାମ ପାଇଁ ଦିନଟି ଅନୁକୂଳ ରହିବ। ଧର୍ମକାର‌୍ୟ୍ୟରେ ମନବଳାଇବେ ।ବନ୍ଧୁମିଳନର
ଯୋଗ ରହିଛି । ରାଜନୀତି, ଆଇନ ଓ ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ।

କନ୍ୟା
ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ଅଧିକାଂଶ ସମୟ ବିଶ୍ରାମହୀନ ଭାବରେ କାର‌୍ୟ୍ୟ କରିବାକୁ ପଡିପାରେ।
ଆଶା ଓ ଆଶଙ୍କା ମଧ୍ୟଦେଇ କାମ କରିବାକୁ ବାଧ୍ୟହେବେ। ବନ୍ଧୁବର୍ଗ, ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ, ପରିବହନ, ଶିଳ୍ପ, ଗୃହନିର୍ମାଣ, ଜମି କିଣାବିକା କ୍ଷେତ୍ରରେ ସୁଫଳ ପାଇବେ।

ତୁଳା
କୌଣସି କାମରେ ପୂର୍ଣ୍ଣ ସଫଳତା ଆଶା କରାଯାଇନପାରେ। କର୍ମକ୍ଷେତ୍ରରେ ବିଭ୍ରାନ୍ତିକର ଖବର ପାଇ ବିବ୍ରତ ହୋଇପାରନ୍ତି। ସୁସ୍ଥତା ପୂର୍ବପରି ରହିବ ଓ ବନ୍ଧୁମାନଙ୍କ ଗହଣରେ ସମୟ ଅତିବାହିତ କରିବେ। ଯାତ୍ରା ଓ ବ୍ୟବସାୟ, ଆଇନ ଦିଗରୁ ସୁଫଳ ପାଇବେ।

ବିଛା
ଆଜି ଆପଣଙ୍କୁ ସମ୍ମାନ ସହ ଉଚ୍ଚପଦବୀ ଓ ଅର୍ଥଗୈାରବ ମିଳିବ। ସାମାଜିକ ସ୍ତରରେ ଏପରିକି ଉତ୍ତମ ପରାମର୍ଶଦାତା ଭାବରେ ବନ୍ଧୁ,ପଡୋଶୀଙ୍କ ମଧ୍ୟ ଆଦରଣୀୟ ହୋଇପାରିବେ। ମାଙ୍ଗଳିକ କାମ, ଅତିଥି ଚର୍ଚ୍ଚା, ବ୍ୟବସାୟିକ ସଫଳତା ହେତୁ କେତେକାଂଶରେ ଉପକୃତ ହୋଇପାରନ୍ତି।

ଧନୁ
ବିବାଦୀୟ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରନ୍ତି। ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପାରିବାରିକ କଳହ ମଧ୍ୟରେ ମାନସିକ ଅଶାନ୍ତି ଦେଖାଦେଇପାରେ
ଶାରୀରିକ ଅସୁସ୍ଥତା ଅନୁଭବ କରିବାର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ଭଲ ରହିବ

ମକର
ଆଜି ଆପଣଙ୍କ ମନରେ ସୁସ୍ଥ ଚିନ୍ତାଧାରା ଓ ସଂଯତ, ଶୃଙ୍ଖଳିତ କାର‌୍ୟ୍ୟ କରିବାରେ ସଫଳ ହେବେ। କର୍ମକ୍ଷେତ୍ର କିମ୍ବା ବୃତ୍ତିଗତ ଧନ୍ଦାରେ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବେ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ।

କୁମ୍ଭ
ସୁନ୍ଦର ଓ ସୁଲଭ କାର‌୍ୟ୍ୟ ଓ କଥା ଆଜି ଆପଣଙ୍କୁ ସଫଳତା ଆଣିଦେବ । ଯାତ୍ରା, ପ୍ରକାଶନ, ପ୍ରଶାସନ, ଆଇନ, କଳା ପ୍ରଭୃତିରେ ସଫଳତା ପାଇବେ। ଯାନ୍ତ୍ରିକ ଜିନିଷ, ବିଳାବ୍ୟସନ ସମ୍ପର୍କିତ ବସ୍ତୁ, ଯାନବାହନ ପାଇଁ ମନ ବଳାଇପାରନ୍ତି। ରାହୁଙ୍କ ପ୍ରଭାବରୁ ଉତରଭାଦ୍ରପଦ୍‌ ନକ୍ଷତ୍ର
ମୀନ
ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଶୁଭଫଳ ସ୍ବରୂପ ଅର୍ଥ, ସମ୍ମାନ, ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍‌ଭାବ ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସାମୟିକ ଭାବରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଯାନାବାହନ, ତର୍କବିତର୍କରେ ସତର୍କ ରହିବା ଭଲ ହେବ ।

Leave A Reply

Your email address will not be published.