Latest Odisha News

BREAKING NEWS

ସିଦ୍ଧାର୍ଥ ଶୁକ୍ଳାକୁ ଆଲିଙ୍ଗନ କରି ମନେପକାଇଥିଲେ….ଆଉ ଆଜି….ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ

ମୁମ୍ବାଇ: ଆଉ ନାହାନ୍ତି ବିଗ୍ ବସ୍ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ କାଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଛି । ଏହାରି ଭିତରେ ଏବେ ଶେଫାଲିଙ୍କ ଏକ୍ସରେ ଶେଷ ପୋଷ୍ଟ ଭାଇରାଲ ହେଉଛି। ଏହି ପୋଷ୍ଟରେ ଶେଫାଲି ତାଙ୍କ ବିଗ୍ ବସ୍-୧୩ ବନ୍ଧୁ ସିଦ୍ଧାର୍ଥ ଶୁକ୍ଳାଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହିତ ଶେଫାଲି ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେ ପକାଇ ଏକ ଭାବପ୍ରବଣ କ୍ୟାପସନ ଲେଖିଛନ୍ତି। ତେବେ ସିଦ୍ଧାର୍ଥ ଶୁକ୍ଳାଙ୍କର ମଧ୍ୟ ୪୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଆଉ ସେହି ଦିନରେ ସିଦ୍ଧାର୍ଥଙ୍କୁ ମନେପକାଇ ଗତ ବର୍ଷ ସେପ୍ଟେମ୍ବରରେ ଏହି ପୋଷ୍ଟ କରିଥିଲେ । ଆଉ ଆଜି ଶେଫାଳି ଆଉ ଆମ ଗହଣରେ ନାହାନ୍ତି ।

ଅନ୍ୟପଟେ ଶେଫାଲିଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛି ପୂରା ଇଣ୍ଡଷ୍ଟ୍ରି ସାଙ୍ଗକୁ ଇଣ୍ଟରନେଟତ । କାରଣ ଶେଫାଲି ଜରିୱାଲା ବହୁତ ଫିଟ୍ ଥିଲେ ଏବଂ ପ୍ରତିଦିନ ଜିମ୍ କରୁଥିଲେ। ଶେଫାଲି ପ୍ରାୟତଃ ଇନଷ୍ଟାଗ୍ରାମରେ ତାଙ୍କ ଫିଟନେସର ଫଟୋ ସେୟାର କରନ୍ତି। ଶେଫାଲିଙ୍କ ସମସ୍ତ ଫିଟନେସ ସତ୍ତ୍ୱେ, ତାଙ୍କର ଅସମୟରେ ମୃତ୍ୟୁ ସମସ୍ତଙ୍କୁ ଆଶର୍ଯ୍ୟ କରିଛି । ମାତ୍ର ୪୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିବା ଶେଫାଲିଙ୍କ ମୃତ୍ୟୁ ଖବର ସମଗ୍ର ଶିଳ୍ପକୁ ସ୍ତବ୍ଧ କରିଦେଇଛି। ଶେଫାଲିଙ୍କ ମୃତ୍ୟୁରେ ଫିଲ୍ମ ଷ୍ଟାରମାନେ ଶୋକ ପ୍ରକାଶ କରିଛନ୍ତି। ମିକା ସିଂହଙ୍କ ସମେତ ଅନେକ ଫିଲ୍ମ ଷ୍ଟାରମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖବର ସେୟାର କରି ଶେଫାଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ତେବେ ଶେଫାଲି ଜରିୱାଲାଙ୍କ କ୍ୟାରିଅରର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ ରହିଛି । ୨୦୦୨ ମସିହାରେ ଶେଫାଲି ‘କାଣ୍ଟା ଲଗା’ ଗୀତ ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହି ଗୀତ ଶେଫାଲିଙ୍କୁ ସୁପରହିଟ୍ ନାୟିକା କରିଥିଲା। ଏହା ପରେ ଶେଫାଲି ଫିଲ୍ମରେ କାମ କରିଚାଲିଥିଲେ। ଫିଲ୍ମ ସହିତ, ଶେଫାଲି ଅନେକ ଟିଭି ସିରିଅଲରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ଦେଖାଇଥିଲେ। ଶେଫାଲିଙ୍କ ଅନେକ ସିରିଅଲ ଏବଂ ତାଙ୍କ ଚରିତ୍ର ହିଟ୍ ହୋଇଥିଲା। ଟିଭି ସିରିଅଲ ସହିତ, ଶେଫାଲି ରିଆଲିଟି ଶୋ’ରେ ମଧ୍ୟ ଚମତ୍କାର କାମ କରିଥିଲେ, ସେ ବିଗ୍ ବସ୍ ୧୩ର କଣ୍ଟେଷ୍ଟେଣ୍ଟ ରହିଥିଲେ । ଏଥିସହିତ ତାଙ୍କ ସ୍ୱାମୀଙ୍କ ସହିତ ଡ୍ୟାନ୍ସ ଶୋ’ରେ ମଧ୍ୟ ଯୋଗ ଦେଇଥିଲେ । ଏବେ ଟିଭି ଇଣ୍ଡଷ୍ଟ୍ରି ଶେଫାଲିଙ୍କ ମୃତ୍ୟୁରେ ବହୁତ ଦୁଃଖିତ ଏବଂ ଶ୍ରଦ୍ଧାଞ୍ଜଳି ଦେଉଛି।

Comments are closed.