Latest Odisha News

BREAKING NEWS

ଓସ୍କାର ଆୱାର୍ଡ ୨୦୨୨ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ଫିଲ୍ମ ମନୋନୀତ

ମୁମ୍ବାଇ : ଏକେଡ଼େମୀ ଆୱାର୍ଡ ରେସରେ ଭାରତୀୟ ସିନେମା ଆଗରେ । ୨୦୨୨ ଓସ୍କାର ଆୱାର୍ଡ ପାଇଁ ‘ଶେରନି’ ଓ ‘ସରଦାର ଉଧମ ସିଂହ’ ମନୋନୀତ ହୋଇଛି । କରୋନା ମହାମାରୀ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରି ଅନେକାଂଶରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ  ସିନେମାହଲ ବନ୍ଦ ରହିଲ । ଏସବୁ ମଧ୍ୟରେ ଭାରତୀୟ ସିନେମାରେ ଭଲ ଫିଲ୍ମ ପ୍ରଡକ୍ସନ  ହୋଇଛି। ସେଥିପାଇଁ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆର ୧୫ ସଦସ୍ୟଙ୍କ ଜୁରୀ ଏକେଡ଼େମୀ ଆୱାର୍ଡରେ ଭାରତର ଏଣ୍ଟ୍ରି ପାଇଁ ୧୪ ଟି ଫିଲ୍ମକୁ ସର୍ଟ ଲିଷ୍ଟ କରିଛି। ୧୫ ସଦସ୍ୟଙ୍କ ଜୁରୀର ଅଧ୍ୟକ୍ଷତା ଶଜି ଏନ କରନ କରିଛନ୍ତି।

ଏହି ୧୫ ସଦସ୍ୟ ବିଶିଷ୍ଟ ଜୁରୀ ମିଳିତ ଭାବରେ ଏହି ଫିଲ୍ମକୁ ବାଛିବେ ଯାହା ଆସନ୍ତା ବର୍ଷ ୯୪ ତମ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ବିଦେଶୀ ଭାଷା ବର୍ଗ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଅନ୍ତିମ ଚୟନ ପାଇଁ କୋଲକାତାର ଜୁରି ସଦସ୍ୟଙ୍କ ଦ୍ୱାରା ମୋଟ ୧୪ ଟି ଫିଲ୍ମର ସ୍କ୍ରିନିଙ୍ଗ କରୁଛନ୍ତି। ଜୁରୀ ଏହି ୧୪ ଟି ଫିଲ୍ମ ଦେଖିବେ ଏବଂ ବେଷ୍ଟ ଫିଲ୍ମ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଚୟନ କରିବେ।ଏହି ୧୪ଟି ଫିଲ୍ମରେ ମାଲାୟାଲାମ ଫିଲ୍ମ ନାୟଡୁ, ତାମିଲ ଫିଲ୍ମ ମଣ୍ଡେଲା, ହିନ୍ଦୀ ଫିଲ୍ମ ଶେରନି ଓ ସରଦାର ଉଧମ ସିଂହ ସାମିଲ ଅଛି। ଶେରନି ଓ ସରଦାର ଉଧମ ସିଂହ ଆମାଜନ ପ୍ରାଇମରେ ରିଲିଜ ହୋଇଥିଲା। ଆସନ୍ତା ବର୍ଷ ମାର୍ଚ୍ଚ ୨୭ ତାରିଖରେ ୯୪ ତମ ଏକେଡ଼େମୀ ଆୱାର୍ଡ ଆୟୋଜିତ ହେବ।

ଫିଲ୍ମ ଶେରନି ଅମିତ ମସୁରକର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ବିଦ୍ୟା ବାଲନ ବନବିଭାଗ ଅଧିକାରୀ ଚରିତ୍ରରେ ନଜର ଆସିଛନ୍ତି । ନିକଟରେ ରିଲିଜ ହୋଇଥିବା ବିକ୍କୀ କୌଶଲଙ୍କ ଫିଲ୍ମ ସରଦାର ଉଧମ ସିଂହ, ସରଦାରଙ୍କ କାହାଣୀ ଉପରେ ଆଧାରିତ ଯିଏ ୧୯୧୯ର ଜାଲିଆବାଲାବାଗ ନରସଂହାରର ପ୍ରତିଶୋଧ ନେବାକୁ ଜଣେ ବ୍ରିଟିଶ ଅଧିକାରୀଙ୍କୁ ଗୁଳି କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର।

Leave A Reply

Your email address will not be published.