Latest Odisha News

BREAKING NEWS

ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ଶତକ ହାସଲରେ ଆମଲାଙ୍କ ରେକର୍ଡ ଭାଙ୍ଗିଲେ ବାବର

କରାଚୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଆମଲା ୮୪ ମ୍ୟାଚରେ ୧୪ ଶତକ ହାସଲ କରିଥିବା ବେଳେ ବାବର ୮୧ ମ୍ୟାଚରେ ଏହା ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଡେଭିଡ ୱାର୍ଣ୍ଣର ୯୮ ଏବଂ ଭାରତର ବିରାଟ କୋହଲି ଏହି ସଫଳତା ହାସଲ ପାଇଁ ୧୦୩ ମ୍ୟାଚ ଖେଳିଥିଲେ ।

ବାବରଙ୍କ ରେକର୍ଡ ବ୍ରେକିଂ ଶତକ ସତ୍ୱେ ଇଂଲଣ୍ଡ ନିକଟରୁ ପାକିସ୍ତାନ ଶୋଚନୀୟ ପରାଜୟବରଣ କରିଛି । ସୂଚନାଯୋଗ୍ୟ, ଭାରତର ଅଧିନାୟକ ବିରାଟ କୋହଲି ୫୯୪ ଦିନ ହେବ କ୍ରିକେଟର କୌଣସି ଫର୍ମାଟରେ ଶତକ ହାସଲ କରି ନାହାନ୍ତି । ଯାହାକୁ ନେଇ ସମୀକକ୍ଷମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.