Latest Odisha News

BREAKING NEWS

ଶିବରାଜଙ୍କ ଚତୁର୍ଥ ଇନିଂସ ! ସନ୍ଧ୍ୟାରେ ନେଇପାରନ୍ତି ଶପଥ

ଭୋପାଲ: ପୁଣି ଥରେ ମଧ୍ୟପ୍ରଦେଶର ମଙ୍ଗ ଧରିପାରନ୍ତି ଶିବରାଜ ସିଂହ ଚୌହାନ । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂହ ଚୌହାନ ଶପଥ ନେଇପାରନ୍ତି ।
ଏଥିପାଇଁ ରାଜଭବନ ଭିତରେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି । ଶିବରାଜଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି । ବିଜେପିର ପୂର୍ବ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚତୁର୍ଥ ଥର ପାଇଁ ଏହି ପଦରେ ଶପଥ ନେବେ। ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ହେବାର ଥିଲା। କିନ୍ତୁ ଠିକ୍ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଛନ୍ତି।
ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ପରେ ଏଭଳି ସ୍ଥିତି ଉପୁଜିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ତାଙ୍କ ସମର୍ଥକ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡି ଦେଇଥିଲେ । ଏହାପରେ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା ।

Leave A Reply

Your email address will not be published.