Latest Odisha News

BREAKING NEWS

ଭାରତରେ କରୋନା ନେଲା ଆଉ ଏକ ଜୀବନ; ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି !

ନୂଆଦିଲ୍ଲୀ: ଅଣାୟତ ହେଉଛି କରୋନା । କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଫିଲିପାଇନ୍ସର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ଭାରତରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ।

ସୋମବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। କରୋନାଭାଇରସ୍ ସମ୍ବନ୍ଧୀୟ ମୁମ୍ବାଇରୁ ଏହା ହେଉଛି ତୃତୀୟ ମୃତ୍ୟୁ।

ରବିବାର ପର୍ଯ୍ୟନ୍ତ ଭାରତରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ କରୋନାଭାଇରସ କାରଣରୁ ହୋଇଛି କି ନାହିଁ ସରକାର ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି।

କୋଭିଡ-୧୯ ରେ ସଂକ୍ରମିତ ହୋଇ ଏହି ବ୍ୟକ୍ତି ମୁମ୍ବାଇର କସ୍ତୁରିବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ନକାରାତ୍ମକ ହେବା ପରେ ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବ୍ରିହାନମମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏକ ବିବୃତ୍ତିରେ କହିଛନ୍ତି ।

ରବିବାର ବିଳମ୍ବିତ ରାତିରେ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଏଥିରେ ଉଲ୍ଲେଖ ରହିଛି ।

ନାଗରିକ ସଂଗଠନ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ମୃତ ବ୍ୟକ୍ତିଙ୍କର ମଧୁମେହ ରୋଗ ଏବଂ ଆଜମା ରହିଥିଲା ଏବଂ ତାଙ୍କୁ ମାର୍ଚ୍ଚ ୧୩ ରେ କସ୍ତୁରିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହୁରି ମଧ୍ୟ ତାଙ୍କର ତୀବ୍ର ବୃକକ୍ ବିଫଳତା ଏଯୋଗୁଁ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିଲା।

ମହାରାଷ୍ଟ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮୯ ଟି କରୋନାଭାଇରସ୍ ରିପୋର୍ଟ କରିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି କରୋନାଭାଇରସ୍ ପଜିଟିଭ୍ ରିପୋର୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସୋମବାର କହିଛନ୍ତି। ନୂତନ ମାମଲାଗୁଡ଼ିକ ମଧ୍ୟରୁ ୧୪ ଟି ମୁମ୍ବାଇରେ ଏବଂ ଗୋଟିଏ ପୁଣେରେ ଅଟେ ।

Leave A Reply

Your email address will not be published.