Latest Odisha News

ସୌବିକ ଗିରଫ ହେବା ପରେ ଶେଖର ସୁମନ କହିଲେ ‘ଏବେ ବଡ ସାର୍କର ପାଳି’

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଖୋଳତାଡ କରୁଛି । ଏପରିକି ଘଟଣାରେ ହାଉସ୍ ମାନେଜର ସାମୁଏଲ୍ ମିରାଣ୍ଡା ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌବିକ ଗିରଫ ହୋଇଛି ।

BjdElectrycity

ଏନସିବିର କହିବାନୁଯାୟୀ ଡ୍ରଗ୍ସ ପେଡଲର୍ସ, ସାମୁଏଲ୍ ଓ ସୌବିକଙ୍କ ଭିତରେ ଲିଙ୍କ ଥିବା ଜଣାପଡିଛି । ଅପରପକ୍ଷରେ ସୌବିକଙ୍କ ଗିରଫଦାରୀ ପରେ ଶେଖର ସୁମନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଟ୍ୱିଟ୍ ଯୋଗେ ଅଭିନେତା ଶେଖର ସୁମନ କହିଛନ୍ତି, “ସଫଳତା ଆଡକୁ ପ୍ରଥମ ପାଦ । ସମସ୍ତଙ୍କୁ ଶୁଭେଚ୍ଛା । ଛୋଟ ମାଛ ଧରା ପଡିଛନ୍ତି ଏବେ ବଡ ସାର୍କର ପାଳି । ଆଶା କରିଛୁ ସେମାନେ ବି ଖୁବଶୀଘ୍ର ଧରା ପଡିବେ । ଇଣ୍ଡଷ୍ଟ୍ରି ସଫା ହେଉଛି ଆଉ କିଙ୍ଗପିନ୍ସ ଗିରଫ ହୋଇଛନ୍ତି” ।

ଏହାପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ବେତାସିଂହ କିର୍ତ୍ତୀ ମଧ୍ୟ ସୌବିକଙ୍କ ଗିରଫଦାରୀ ପରେ ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ଉଲ୍ଲେଖଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.